Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କଂଗ୍ରେସ ନେତା ଶଶି ଥରୁର୍‌ କରୋନା ପଜିଟିଭ୍‌, ଅଧିର ରଞ୍ଜନଙ୍କୁ ମଧ୍ୟ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା

21/04/2021 at 8:56 PM

ଦିଲ୍ଲୀ, ୨୧/୦୪: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଶଶି ଥରୁର୍‌ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ନିଜେ ଟ୍ୱିଟ୍‌ କରି ସେ ଏ ସମ୍ୱନ୍ଧରେ ସୂଚନା ଦେଇଛନ୍ତି । ଏହାଛଡ଼ା ପଶ୍ଚିମବଙ୍ଗ ବିଧାନସଭା ନିର୍ବଚନର ଠିକ୍‌ ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଛନ୍ତି ।

ଶଶି ଥରୁର୍‌ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଟେଷ୍ଟିଂ ଆପଏଣ୍ଟମେଣ୍ଟ୍‌ ପାଇଁ ଦୁଇଦିନ ଏବଂ ଫଳ ବାହାରିବା ପାଇଁ ଦେଢ଼ଦିନ ଅପେକ୍ଷା କରିବା ପରେ କରୋନାରେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ମୋ ସହିତ ମୋର ଭଉଣୀ ଏବଂ ୮୫ ବର୍ଷୀୟ ମାଆ ମଧ୍ୟ କରୋନାରେ ପଜିଟିଭ୍‌ ହୋଇଛନ୍ତି ।

ପଶ୍ଚିମବଙ୍ଗ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ କରୋନା ସଂକ୍ରମିତ ହେବା ପରେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଯେଉଁ ବ୍ୟକ୍ତିମାନେ ଗତ ୭ଦିନ ହେବ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସବଧାନତା ଅବଲମ୍ୱନ କରିବା ସହିତ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ଏଥି ସହିତ ସେ ଭର୍ଚୁଆଲ୍‌ ମୋଡ୍‌ରେ ରିଲି ଜାରି ରଖିବେ ବୋଲି ଲେଖିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସେ ଖୁବ୍‌ଶିଘ୍ର ଠିକ୍‌ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି ।

   Related Posts