Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନ୍ଦିରରେ ପୂଜା କରୁଥିବାବେଳେ ପଡ଼ିଗଲେ ଶଶି ଥରୁର : ମୁଣ୍ଡରେ ଆଘାତ

ତିରୁଅନନ୍ତପୁରମ୍ ୧୫/୪: କେରଳ ତିରୁଅନନ୍ତପୁରମ ସାଂସଦ ଶଶି ଥରୁର ଏକ ମନ୍ଦିରରେ ପୂଜା କରୁଥିବା ସମୟରେ ପଡ଼ିଯାଇଛନ୍ତି। ତାଙ୍କୁ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ତିରୁଅନନ୍ତପୁରମର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। କିନ୍ତୁ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍ ପଡ଼ିଛି। ଥରୁର ମନ୍ଦିରରେ ତୁଲାଭରମ୍ ପୂଜା କରୁଥିଲେ।

ତୁଲାଭରମ୍ ଏପରି ଏକ ପୂଜା ଯାହା କେରଳର କେତେକ ଜଣା ଶୁଣା ମନ୍ଦିରରେ ହୋଇଥାଏ। ଏହି ପୂଜାରେ ନିଜ ଓଜନ ଅନୁସା​ରେ ଭୋଗ ଚଢ଼ାଯାଇଥାଏ। ଦେବୀ ଦେବତାଙ୍କୁ ଯାହା କିଛି ଅର୍ପଣ କରାଯିବ ପ୍ରଥମେ ଏହାକୁ ନିଜ ଓଜନ ସହ ମପାଯାଇଥାଏ। ମନ୍ଦିରରେ ଓଜନ ପାଇଁ ବଡ଼ ବଡ଼ ମେସିନ ଲଗାଯାଇଥାଏ।

ଥରୁର ପୁଣି ଏଥର ତିରୁଅନନ୍ତପୁରମରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ। ଏହି ଆସନରୁ ଦୁଇଥର କଂଗ୍ରେସର ସାଂସଦ ଥିବା ଥରୁରଙ୍କ ମୁକାବିଲା ବିଜେପି ନେତା ଏବଂ ମିଜୋରାମର ପୂର୍ବ ରାଜ୍ୟପାଳ କୁମ୍ମାନେନ ରାଜଶେଖରନ୍ ଏବଂ ସିପିଆଇ ବିଧାୟକ ଏବଂ ରାଜ୍ୟର ପୂର୍ବ ମନ୍ତ୍ରୀ ସି ଦିବାକରଣଙ୍କ ସହ ରହିଛି।

ଥରୁର ଏହି ଆସନରୁ ପ୍ରଥମ ଥର ୨୦୦୯ମସିହାରେ ଲଢ଼ିଥିଲେ। ସେଥର ତାଙ୍କୁ ଏକ ଲକ୍ଷରୁ ୩ଟି ଭୋଟ କମ ମିଳିଥିଲା। କିନ୍ତୁ ୨୦୧୪ରେ ସେ ପାଖାପାଖି ୧୫ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏହାପରେ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

    

198 Views

   ସମ୍ବନ୍ଧିତ ଖବର