'ଗାଡିର ବ୍ରେକ୍ ଫେଲ୍ କିନ୍ତୁ ହର୍ଣ୍ଣ ସାଉଣ୍ଡ୍ ବେଶୀ', ବଜେଟକୁ ଏମିତି ବର୍ଣ୍ଣନା କଲେ ଶଶି ଥରୁର

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହାକୁ କେନ୍ଦ୍ର ସରକାର ଏକ ଐତହାସିକ ବଜେଟ୍ କହିଥିବା ବେଳେ ବିରୋଧୀ ଦଳମାନେ ଦିଗହିନ ଓ ନୈରାଶ୍ୟଜନକ ବଜେଟ୍ କହିଛନ୍ତି ।

ବଜେଟକୁ ନେଇ ସିପିଏମ ସରକାରଙ୍କୁ ଟାର୍ଗେଟ୍ କରିଛି । ବାମଦଳ ନେତା ମହମ୍ମଦ ସଲିମ କହିଛନ୍ତି ଯେ, ଏହି ବଜେଟରେ ସରକାର ରେଳ, ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ଷ୍ଟିଲ୍ ସବୁକିଛି ବିକିବାକୁ ଯାଉଛନ୍ତି ।  ବଜେଟ୍ ନା ଓଏଲଏକ୍ସ ଜଣା ପଡୁନାହିଁ । ସବୁ କିଛି ସରକାର ସେଲ୍ ରେ ପକାଇ ଦେଇଛନ୍ତି ।

ଟିଏମସି କହିଛି ଯେ, ପ୍ରଥମ ପେପେରଲେସ୍ ବଜେଟ୍ ହେଉଛି ସମ୍ପୂର୍ଣ୍ଣ ଭିଜନଲେସ୍ ବଜେଟ ।ଏହାର ଲକ୍ଷ୍ୟ ଭାରତକୁ ବିକ୍ରି କର । ସରକାର ବିମାନବନ୍ଦର, ରେଳବାଇ ସବୁ ବିକ୍ରି କରିବାକୁ ଯାଉଛନ୍ତି । ୨୩ଟି ପିଏସୟୁକୁ ବିକ୍ରି କରାଯାଉଛି । ସରକାର ସାଧାରଣ ଲୋକଙ୍କୁ ହେୟଜ୍ଞାନ କରୁଛନ୍ତି । କୃଷକଙ୍କୁ ହେୟଜ୍ଞାନ କରାଯାଉଛି । ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ ।

କଂଗ୍ରେସ ସାଂସଦ ଶଶି ଥରରୁ କହିଛନ୍ତି ଯେ, ବିଜେପି ହେଉଛି ସେହି ଗ୍ୟାରେଜ୍ ମେକାନିକ୍ ଯିଏ ବ୍ରେକ୍ ସଜାଡିପାରେ ନାହିଁ । ତା ବଦଳରେ ହର୍ଣ୍ଣର  ଶବ୍ଦ ବଢାଇ ଦେଇଥିବା କହିଥାଏ ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନକଲ୍ୟାଣକାରୀ ବଜେଟ୍ କହିଛନ୍ତି । ଏହି ବଜେଟ୍ ସମସ୍ତ ବର୍ଗକୁ ମଜବୁତ କରିବ ବୋଲି ସେ କହିଛନ୍ତି । ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ମଧ୍ୟ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଶିବସେନା ସାସଂଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ରୋଜଗାର ସୃଷ୍ଟି ପାଇଁ ବଜେଟରେ କିଛି ନାହିଁ । ମହିଳାଙ୍କ ପାଇଁ ବଜେଟରେ କିଛି ନଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.