Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମ୍ସ ନଯାଇ କାହିଁକି ମେଦାନ୍ତ ହସ୍ପିଟାଲ ଗଲ ? ଅମିତ ଶାହଙ୍କୁ ପ୍ରଶ୍ନ କଲେ ଶଶି ଥରୁର, ରାଜନୈତିକ କରିଡରରେ ଜୋର୍ ଚର୍ଚ୍ଚା

4/08/2020 at 7:35 PM

ନୂଆଦିଲ୍ଲୀ, ୦୪|୦୮:  ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନ ପରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଘରୋଇ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ପ୍ରଶ୍ୱ ଉଠାଇଛି କଂଗ୍ରେସ । କଣ ପାଇଁ ଶାହ ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଦଳର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟ୍ ଯୋଗେ ଏପରି ପ୍ରଶ୍ନ କରିଛନ୍ତି ।

ଥରୁର ଟ୍ୱିଟ୍ କରି କହିଛନ୍ତି ଯେ, ଏହା ତାଙ୍କୁ ଚକିତ କରିଛି । ଶାହ ଯେତେବେଳେ ଅସୁସ୍ଥ ହେଲେ ଏମ୍ସରେ ଚିକିତ୍ସିତ ହେବାକୁ ଚାହିଁଲେ ନାହିଁ । ବଦଳରେ ପଡୋଶୀ ରାଜ୍ୟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ଏପରି ହେଲେ ସରକାରୀ ସଂସ୍ଥା ସାଧାରଣ ଲୋକଙ୍କ ଆସ୍ଥା ହରାଇବେ ।

ସୂଚନାଯୋଗ୍ୟ, ରବିବାର ଅମିତ ଶହ କରୋନା ପଜିଟିଭ୍ ଥିବା ଜଣାପଡିଥିଲା ।ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏହାସହ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବା ସହ ଟେଷ୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଏତତ୍ ବ୍ୟତୀତ ବିଜେପି ନେତା ବିନୟ ସହଶ୍ରବୁଦ୍ଧେ, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ରବିଶଙ୍କର ପ୍ରସାଦ ଆଦି ଶାହଙ୍କ ସମ୍ପର୍କରେ ଆସିଥିଲେ । ଏପରିକି ଗତ ବୁଧବାର ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । କିନ୍ତୁ ଏହି ସାକ୍ଷାତକାରରେ ସାମାଜିକ ଦୂରତାକୁ କ଼ଡାକଡି ଭାବେ ପାଳନ କରାଯାଇଥିଲା ।

   Related Posts