Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସାରୁଅ ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ଦ୍ବିତୀୟ ଦିନରେ ଶ୍ରମିକଙ୍କ ଧାରଣା

2/11/2020 at 9:47 AM

ଖୋର୍ଦ୍ଧା ୨।୧୧: ଖୋର୍ଦ୍ଧା ସାରୁଅରେ ଥିବା ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ରବିବାର ସକାଳ ୮ଟାରୁ ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି ।  ତରଙ୍ଗ ଷ୍ଟୁଡିଓରେ  ଶ୍ରମିକମାନଙ୍କୁ ତରଙ୍ଗ କର୍ତ୍ତୃପକ୍ଷ ଗାଳିଗୁଲଜ, ଧମକ ଚମକ ଦେବା ସହ କାମ ବନ୍ଦ କରିବା ନେଇ କହୁଥିବା ଅଭିଯୋଗ ହୋଇଛି । ଶ୍ରମିକମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା  ଶ୍ରମିକମାନେ ଧାରଣା ଦେଇଛନ୍ତି । 

ପୂର୍ବରୁ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକମାନଙ୍କୁ ଗାଳିଗୁଲଜ, ଧମକ ଚମକ ଅଭିଯୋଗରେ ବାଘମାରୀ ପୋଲିସ ଓଡିଶା ଇମ୍ଫ୍ରାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରବିବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଶ୍ରମ ଅଧିକାରୀ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଧାରଣା ଜାରି ରହିବ ବୋଲି ଧାରଣାରତ ଶ୍ରମିକ କହିଛନ୍ତି ।

   Related Posts