Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସାରୁଅ ଜମି କେଳେଙ୍କାରୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜମିହରାଙ୍କ ସ୍ମାରକପତ୍ର, ରାଜଭବନ ଆଗରେ ଧାରଣା

13/11/2020 at 2:52 PM

ଭୁବନେଶ୍ୱର, ୧୩|୧୧: ସାରୁଅ ଗ୍ରାମର କିଛି ବ୍ୟକ୍ତି ବୈଜୟନ୍ତ ପଣ୍ଡାଙ୍କ କମ୍ପାନୀ ଓଡିଶା ଇନଫ୍ରା ପ୍ରାଇଭେଟ୍  ଲିମିଟେଡ୍ ବିରୋଧରେ ଏକତ୍ର ହୋଇଛନ୍ତି । ଲକଡାଉନ୍ ସମୟରେ କମ୍ପାନୀ ଦରମା ନଦେଇ ଚାକିରୀରୁ ବିଦା କରିଥିବା ପ୍ରତିବାଦରେ ଏହି ଗ୍ରାମବାସୀମାନେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗ୍ରାମବାସୀମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେମାନେ ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ମଧ୍ୟ ସ୍ମାରକ ପତ୍ର ଦେଇଛନ୍ତି । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସେମାନେ ତରଙ୍ଗର ସାରୁଅ ପ୍ରକଳ୍ପରେ କାମ କରୁଥିଲେ । ଏହି ପ୍ରକଳ୍ପ ପାଇଁ ସେମାନେ ନିଜ ଜମି ପ୍ରଦାନ କରିଥିଲେ । ଜମି ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରୀ ଦେବେ ବୋଲି କହିଥିଲେ । କିନ୍ତୁ ପରେ କମ୍ପାନୀ ତରଫରୁ ସେମାନଙ୍କୁ କଣ୍ଟ୍ରାକଚ୍ୟୁଆଲ ଭାବେ ଚାକିରୀ ଦିଆଗଲା । ବାରମ୍ବାର ଦାବି କରିବା ସତ୍ତ୍ୱେ ସେମାନଙ୍କ ଚାକିରୀକୁ ସ୍ଥାୟୀ କରାଯାଇ ନଥିଲା ।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, କରୋନା ଜନିତ ଲକଡାଉନ୍ ବେଳେ ସେମାନଙ୍କୁ ଦରମା ପ୍ରଦାନ କରାଯାଇନଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାରମ୍ବାର ଦାବି କରିବା ପରେ ମଧ୍ୟ ଦରମା ମିଳିନଥିଲା । ନିକଟରେ କିଛି ଦଳିତ ବ୍ୟକ୍ତି କମ୍ପାନୀର ଜମି ଜାଲିଆତି ବିରୋଧରେ ମାମଲା କରିଛନ୍ତି । କମ୍ପାନୀ ତାଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଦଳିତ ଶ୍ରେଣୀର ବ୍ୟକ୍ତିଙ୍କୁ ବୁଝାଇ ମାମଲାକୁ ରଫାଦଫା କରିବାକୁ ଚାହିଁଥିଲା । ଏଥିରେ ସେମାନେ ରାଜି ନହେବାରୁ ଚାକିରୀରୁ ବାହାର କରି ଦିଆଯାଇଥିଲା । ସେମାନେ  ଗତ ୫ରୁ ୬ ବର୍ଷ ଧରି ଭଲ ଭାବେ କମ୍ପାନୀରେ କାମ କରୁଥିଲେ । ସେମାନଙ୍କ ବିରୋଧରେ କେବେ କିଛି ଅଭିଯୋଗ ଆସି ନାହିଁ । ଜୀବିକା ହରାଇବା ପରେ ସେମାନେ ପ୍ରଥମେ ତରଙ୍ଗର ସାରୁଅ ପ୍ରକଳ୍ପ ଗେଟ୍ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । କିନ୍ତୁ ବୈଜୟନ୍ତ ପଣ୍ଡାଙ୍କ ଶାଳକ ଓ ଶ୍ୱଶୂର ସେମାନଙ୍କୁ ଧାରଣାରୁ ହଟିବା ପାଇଁ ଧମକ ଦେଇଥିଲେ । ଏପରିକି ସେମାନଙ୍କ ବିରୋଧରେ ମିଛ ଅଭିଯୋଗ କରାଯାଇଥିଲା ।

ତରଙ୍ଗ ଷ୍ଟୁଡିଓର କର୍ମଚାରୀମାନେ ମଧ୍ୟ ସେମାନଙ୍କ ଦରମା କାଟ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଯେ, କମ୍ପାନୀ ଲକଡାଉନ୍ ବାହାନାରେ ସେମାନଙ୍କୁ ଦରମା ଦେଇ ନାହିଁ । ସୂଚନାଯୋଗ୍ୟ, ନିକଟରେ ବାଘମାରୀ ପୋଲିସ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଓଡିଶା ଇନଫ୍ରାଟେକର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି । ଏହାସହ ଗତ ନଭେମ୍ବର ୧୧ରେ ଡିଭିଜନାଲ ଲେବର କମିଶନ ଓଟିଭି କର୍ତ୍ତୃପକ୍ଷ ଓ ତରଙ୍ଗ ଷ୍ଟୁଡିଓ କର୍ମଚାରୀଙ୍କୁ ଆଲୋଚନା ପାଇଁ ନୋଟିସ ପଠାଇଥିଲା ।

   Related Posts