ସାରୁଅ ଜମି କେଳେଙ୍କାରୀ : ରାଜଭବନ ସମ୍ମୁଖରେ ଜମି ହରାଇଥିବା ଗ୍ରାମବାସୀଙ୍କ ଧାରଣା

Published By : Prameya-News7 Bureau | November 13, 2020 IST

ଭୁବନେଶ୍ବର ୧୩।୧୧: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ ରାଜଭବନ ସମ୍ମୁଖରେ ସାରୁଅ ଜମି ହରାଇଥିବା ଗ୍ରାମବାସୀମାନେ ଧାରଣା ଦେଇଛନ୍ତି । ୩୧ରୁ ଅଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।

{"id":361013,"sizeSlug":"large"}

ଅନ୍ୟପଟେ ୧୨ ଦିନ ଧରି ତରଙ୍ଗ ଷ୍ଟୁଡିଓ ସମ୍ମୁଖରେ ଧାରଣାରେ ବସିଥିଲେ ଶ୍ରମିକ । ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ ପ୍ରଦାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫଳରେ ଶ୍ରମିକମାନଙ୍କ ଧାରଣା ଜାରି ରହିଛି । ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।   

{"id":361014,"sizeSlug":"large"}

ଏନେଇ ବୁଧବାର ଭୁବନେଶ୍ବର ଡିଏଲସି ଅଫିସରେ ହାଜର ହେବାକୁ ଓଟିଭି କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଶ୍ରମିକଙ୍କ ନିଯୁକ୍ତି ଓ ଦାବି ଉପରେ ଆଲୋଚନା ହେବାର ଥିଲା । ପୂର୍ବରୁ ଓଟିଭି କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବିକୁ ନେଇ ଦେଇଥିବା ମତାମତ ସନ୍ତୋଷଜନକ ନହେବାରୁ ଶ୍ରମ ବିଭାଗ ଏଭଳି ପଦକ୍ଷେପ ନେଇଥିଲେ । ମାତ୍ର ଓଟିଭି କର୍ତ୍ତୃପକ୍ଷ ବୁଧବାରର ଆଲୋଚନାକୁ ଆସିନଥିଲେ । ଫଳରେ ସାରୁଅରୁ ଯାଇଥିବା ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକମାନେ ନିରାଶ ହୋଇ ଫେରି ଥିଲେ । ଓଟିଭି କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବିକୁ ନେଇ ୧୦ଦିନ ସମୟ ନେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.