Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସାରୁଅ ଜମି କେଳେଙ୍କାରି : ଜାଲିଆତି-ହଡପ-ବେନାମୀ ଟ୍ରାଞ୍ଜାକ୍ସନର ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ୍, ଅର୍ଥ କାରବାରର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ

5/11/2020 at 8:01 PM

ଖୋର୍ଦ୍ଧା, ୦୫।୧୧:   ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍‌ କରିଛି କ୍ରାଇବ୍ରାଞ୍ଚ । ଚଞ୍ଚକତା କରି ଦଳିତ ଚାଷୀଙ୍କ ଜମିକୁ କିଭଳି ଓଡ଼ିଶା ଇନ୍‌ଫ୍ରାଟେକ୍‌ କମ୍ପାନୀ ହଡ଼ପ କରିଛି ତା’ର କଚ୍ଚା ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଜମି କାରବାରରେ ଓଡ଼ିଶା ଭୂ-ସଂସ୍କାର ଆଇନର ଖୋଲାଖୋଲି ଉଲଂଘନ କରାଯାଇଥିବା ବେଳେ ଜଣେ ଦଳିତ ବ୍ୟକ୍ତିଙ୍କୁ ବ୍ୟବହାର କରି ବେନାମୀ ନେଣଦେଣ ଓ ଗରିବ ଦଳିତ ଚାଷୀଙ୍କ ଜମି ହଡ଼ପର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ତେବେ ଜମି କିଣାବିକାରେ ହୋଇଥିବା ଅର୍ଥ କାରବାରର ତଦନ୍ତ ପାଇଁ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ । ସେପଟେ ଆଜି କ୍ରାଇବ୍ରାଞ୍ଚ ଇଓଡବ୍ଲୁ ପାଖରେ ହାଜର ହୋଇଛନ୍ତି ଓଟିଭିର ପୂର୍ବତନ ଅଧିକାରୀ ବିଭୂ ପ୍ରସାଦ ରଥ ।

ସାରୁଅ ଜମି କେଳେଙ୍କାରୀର ଗୁମର ଖୋଲିଲା କ୍ରାଇମବ୍ରାଞ୍ଚ । ଚଞ୍ଚକତା କରି ଦଳିତ ଚାଷୀଙ୍କ ଜମି ହଡ଼ପ କରିଛି ଓଡ଼ିଶା ଇନ୍‌ଫ୍ରାଟେକ୍‌ । ଜମି ପାଇଁ ଜଣେ ଡ୍ରାଇଭରଙ୍କୁ ମୋହରା କରିଥିଲା କମ୍ପାନୀ । ଓଡ଼ିଶା ଇନ୍‌ଫ୍ରାଟେକ୍‌ କମ୍ପାନୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ସାରୁଅରେ ଇନ୍‌ଫ୍ରାଷ୍ଟକ୍ଚର ଓ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ପାଇଁ ବହୁ ପରିମାଣର ଜମି କିଣୁଥିଲା । ଏଥିରେ ଓଆଇପିଏଲ୍‌ କମ୍ପାନୀର ମୁଖ୍ୟ ପ୍ରମୋଟର ଓ ସେୟାର ହୋଲଡର ଥିଲେ ବୈଜୟନ୍ତ ପଣ୍ଡା ଏବଂ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଜମି କିଣାବିକା ପ୍ରକ୍ରିୟାରେ ଅନୁସୂଚତ ଜାତି ଲୋକ ଓ ନାମମାତ୍ର ଚାଷୀ ଥିବାରୁ ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁସାରେ ଓଆଇପିଏଲ୍‌ କମ୍ପାନୀ ପାଇଁ ଅନୁସୂଚିତ ଜାତି ଲୋକଙ୍କ ଠାରୁ ସିଧାସଳଖ ଜମି କିଣିବା ସମ୍ଭବ ନଥିଲା । ତେଣୁ କମ୍ପାନୀର ଜଣେ ଅସୁସୂଚିତ ଜନତାତିର ଡ୍ରାଇଭରଙ୍କୁ ମୋହରା କରାଯାଇଥିଲା । ଆଉ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଦ୍ବାରା ଚଞ୍ଚକତା କରି ଦଳିତ ଚାଷୀଙ୍କ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ହଡ଼ପ କରିନେଇଥିଲା ଓଡ଼ିଶା ଇନ୍‌ଫ୍ରାଟେକ୍‌ କମ୍ପାନୀ । ଯାହା ଏକ ଧର୍ତ୍ତବ୍ୟ ଅପରାଧ । ଗଲା ୩୧ତାରିଖରେ ଏନେି  ଇଓଡବ୍ଲୁ ଥାନାରେ କେସ୍‌ ନମ୍ବର ୮/୨୦୨୦ରେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦(ବି) ସହ ସେକ୍ସନ ୩୧ ଏସି/ଏସଟି ଆଇନ୍‌ ଅନୁସାରେ ମାମଲା ହୋଇଥିଲା ।

ଦଳିତ ଚାଷୀଙ୍କ ଜମି ହଡ଼ପ ପାଇଁ ମୋହରା ସାଜିଥିବା କମ୍ପାନୀର ଡ୍ରାଇଭର ରବୀ ସେଠୀଙ୍କ ନାଁରେ ୨୦୧୦ରୁ ୨୦୧୩ ଭିତରେ ୭.୨୯୪ ଏକର ଜମି କିଣାଯାଇଥିଲା । ଆଉ ୨୦୧୬ ଓ୨୦୧୯ରେ ରବୀ ସେଠୀଙ୍କ ଠାରୁ ସଂପୃକ୍ତ ଜମିକୁ କିଣିଥିଲା ଓଡ଼ିଶା ଇନ୍‌ଫ୍ରାଟେକ୍‌ । ସେଲ୍‌ ଡିଡ୍‌ ମୁତାବକ ଜମିର ମୂଲ୍ୟ ୬୫ ଲକ୍ଷ ଟଙ୍କା ଥିବା ବେଳେ ରବୀ ସେଠିଙ୍କୁ ନା କିଛି ଟଙ୍କା ଦିଆଯାଇଥିଲା ନା ଜମି କିଣାବିକା ବାବଦରେ ରବୀ ସେଠୀଙ୍କୁ କୌଣସି କଥା କୁହାଯାଇଥିଲା । ଏମିତିକି ୨୦୧୦ରୁ ୨୦୧୩ ଭିତରେ ରବୀ ସେଠୀ କିଣିଥିବା ଜମିରେ ବିକ୍ରି ଯାଏଁ ତାଙ୍କ ଦଖଲରେ ନଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।  ତେବେ ଏହି ସମୟରେ ହୋଇଥିବା ବେନାମୀ ଟ୍ରାଞ୍ଜାକ୍ସନର ତଦନ୍ତ ରାଜ୍ୟ ପୋଲିସର ପରିସରଭୁକ୍ତ ନଥିବାରୁ ଆୟକର ବିଭାଗକୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । 

ସେପଟେ ସାରୁଅ ଜମି କେଳେଙ୍କାରୀକୁ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।  ଏହି ମାମଲାରେ ଗିରଫ ହୋଇ ଓଡ଼ିଶା ଇନ୍‌ଫ୍ରାଟେକ ମୁଖ୍ୟ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଓ ଅନ୍ୟ ଜଣେ କର୍ମଚାରୀ ଶିବ ପ୍ରସାଦ ଶ୍ରୀଚନ୍ଦନ ଜେଲ୍‌ ଯିବା ପରେ ଆଜି ଇଓଡବ୍ଲୁ ପାଖରେ ହାଜର ହୋଇଛନ୍ତି ଓଟିଭିର ପୂର୍ବତନ ବରିଷ୍ଠ ଅଧିକାରୀ ବିଭୂ ପ୍ରସାଦ ରଥ ।  ପୂର୍ବରୁ ବିଭୂ ରଥଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଓଡବ୍ଲୁ ।  ସାରୁଅ ଜମି ଜାଲିଆତି ନେଇ ବିଭୂ ରଥଙ୍କୁ ପଚରା ଉଚରା କରିଛି ଇଓଡବ୍ଲୁ ।

   Related Posts