Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ସାରୁଅ ଜମି କେଳେଙ୍କାରୀ ମାମଲା , ଜେଲ୍‌ ଗଲେ ‘ଓଟିଭି’ର ୨ ବରିଷ୍ଠ ଅଧିକାରୀ

5/11/2020 at 11:54 AM

ଭୁବନେଶ୍ୱର ୦୫।୧୧: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଓଆଇପିଏଲ୍‌)ର ଦୁଇ ବରିଷ୍ଠ ଅଧିକାରୀଙ୍କ ରିମାଣ୍ଡ ଅବଧି ସରିଛି । ଅଦାଲତରେ ହାଜର ପରେ ଓଆଇପିଏଲ୍‌ର ଅନ୍ୟତମ ନିର୍ଦ୍ଦେଶକ ତଥା ‘ଓଟିଭି’ର ଚିଫ୍‌ ଫାଇନାନ୍ସ ଅଫିସର (ସିଏଫ୍‌ଓ) ମନୋରଞ୍ଜନ ଷଡ଼ଙ୍ଗୀ ଓ ପାୱାର ଅଫ୍‌ ଆଟର୍ଣ୍ଣି ଶିବପ୍ରସାଦ ଶ୍ରୀଚନ୍ଦନ ଜେଲ୍‌ ଯାଇଛନ୍ତି ।

ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥ ଏବେ ଇଓଡବ୍ଲ୍ୟୁ ସ୍କାନରରେ । ଗିରଫ ଦୁଇ ଅଧିକାରୀଙ୍କଠୁ ଜେରା ବେଳେ କେଳେଙ୍କାରୀରେ ବିଭୁଙ୍କ ଲିଙ୍କ୍‌ ନେଇ ତଦନ୍ତକାରୀ ଟିମ୍‌କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସମ୍ପୂର୍ଣ୍ଣ କେଳେଙ୍କାରୀରେ ତାଙ୍କ ସମ୍ପୃକ୍ତି ନେଇ ସୁରାକ୍‌ ମିଳିଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍‌ କରାଯାଇଛି । ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି ।

ତେବେ ଜମି କେଳେଙ୍କାରୀର ମୁଖ୍ୟ ଖଳନାୟକ କିଏ? ପରଦା ପଛରେ କିଏ ଏହାକୁ ମନିଟରିଂ କରୁଥିଲା? ସଂସ୍ଥାର ଅନ୍ୟ କେଉଁ ବଡ଼ ମୁଣ୍ଡ ଏହି ଚଞ୍ଚକତାରେ ସାମିଲ ଅଛନ୍ତି? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍‌ । ମନିଟରିଂ କରୁଥିବା ବ୍ୟକ୍ତି ଏବେ ଟିମ୍‌ର ସ୍କାନରରେ । ରିମାଣ୍ଡର ଶେଷ ଦିନରେ ଟିମ୍‌ ଉଭୟଙ୍କୁ ଆଜି ପୁଣି ୩ ଘଣ୍ଟା ଧରି ସାମ୍ନାସାମ୍ନି ଜେରା କରିଥିଲା । ଉଭୟଙ୍କ ଉତ୍ତରରେ କିଛି ତାଳମେଳ ରହୁନଥିବା ସୂଚନା ମିଳିଛି । ଅଧିକାଂଶ ପ୍ରଶ୍ନରେ ଉଭୟେ ନିରବ ରହୁଥିଲେ । ଜେରା ବେଳେ ଦୁଇଜଣ ଅନେକ ତଥ୍ୟ ଲୁଚାଉଥିବା ତଦନ୍ତକାରୀ ଟିମ୍‌ ସ୍ପଷ୍ଟ କରିଛି । ରିମାଣ୍ଡରେ ଜେରା ବେଳେ ଉଭୟେ ରଖିଥିବା ତଥ୍ୟ ଆଧାରରେ ଟିମ୍‌ ତଦନ୍ତକୁ ଆଗେଇଛି । କେଳେଙ୍କାରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଏକ ବଡ଼ ତାଲିକା ବନାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ ସ୍ୱଚନା ମୁତାବକ, ଉଭୟଙ୍କ ଜବତ ମୋବାଇଲ୍‌ ଫୋନ୍‌ରୁ ତଥ୍ୟ ଖୋଜା ଚାଲିଛି । କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର୍‌) ଯାଞ୍ଚ କରାଯାଉଛି । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ପରଠୁ କେଳେଙ୍କାରୀ ସମ୍ପର୍କରେ ଯେଉଁମାନଙ୍କ ସହ କଥା ହୋଇଛନ୍ତି, ସେମାନଙ୍କ ତାଲିକା ବାହାର କରାଯିବ । ଏହାବାଦ୍‌ କେଳେଙ୍କାରୀର ତଦନ୍ତ ଆରମ୍ଭ ପରେ କିଛି ବଡ଼ ଅଧିକାରୀ ‘ଓଟିଭି’ ଛାଡି଼ଛନ୍ତି । ଆଉ କିଛିଙ୍କ ପତ୍ତା ମିଳୁନି । ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଆଗକୁ ଜେରା ପାଇଁ ନୋଟିସ୍‌ ପଠାଯିବ ।

କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉଭୟ ଅଧିକାରୀଙ୍କୁ ଆଜି ଅପରାହ୍ଣ ୨ଟା ୪୫ ମିନିଟ୍‌ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ଅଦାଲତରେ ହାଜର୍‌ କରିଥିଲା । ସେଠାରେ ଶିବପ୍ରସାଦଙ୍କୁ ଅଧିକ ଦିନ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁ ପକ୍ଷରୁ ଆବେଦନ ହୋଇଥିଲା । କିନ୍ତୁ ଶିବପ୍ରସାଦ ଆବେଦନକୁ ବିଚାରପତି ଖାରଜ କରିଦେଇଥିଲେ । ପରେ ଉଭୟଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ଝାରପଡ଼ା ଜେଲ୍‌କୁ ପଠାଯାଇଥିଲା । ସେଠାରେ ବିଚାର ବିଭାଗୀୟ ହାଜତରେ ଉଭୟେ ଆସନ୍ତା ୧୭ ତାରିଖ ଯାଏଁ ରହିବେ । ପରେ ପୁଣି ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।

   Related Posts