Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସାରୁଅ ଜମି ଜୁର୍ନୀତି ମାମଲା: ଓଡ଼ିଶା ଇନଫ୍ରାଟେକ୍‌ରେ ରହିଛି ବୈଜୟନ୍ତ ଓ ତାଙ୍କ ପତ୍ନୀଙ୍କର ପ୍ରମୁଖ ସେୟାର

1/11/2020 at 11:40 PM

ଭୁବନେଶ୍ୱର ୧।୧୧:  ମୁଖ୍ୟତଃ ଭିତ୍ତିଭୂମି ଓ ରିଏଲଇଷ୍ଟେଟ୍ କାର୍ଯ୍ୟ ସହ ଜଡ଼ିତ ଓଡିଶା ଇନଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ (ଓଆଇଟିଏଲ)ରେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ୩ଲକ୍ଷ ୫୯ ହଜାର ସେୟାର ସହ ପ୍ରମୁଖ ଅଂଶୀଦାର ଅଛନ୍ତି। ସେହିପରି ତାଙ୍କ ପତ୍ନୀ  ଜଗି ମଙ୍ଗତ ପଣ୍ଡା ୧ଲକ୍ଷ ୨୫ ହଜାର ୪୧୮ ସେୟାର ସହ ସଂସ୍ଥାର ଦ୍ୱିତୀୟ ପ୍ରମୁଖ ଅଂଶୀଦାର ହୋଇଥିବା ବେଳେ ପଣ୍ଡା ଇନଭେଷ୍ଟମେଣ୍ଟର ୧୨ ହଜାର ସେୟାର ବୈଜୟନ୍ତ ନିଜ ହାତରେ ରଖିଛନ୍ତି। କେବଳ ଏତିକି ନୁହେଁ ଓଆଇଟିଏଲ ସମେତ ୧୫ଟି କମ୍ପାନୀରେ ପଣ୍ଡା ଦମ୍ପତ୍ତି ମୁଖ୍ୟ ସେୟାରଧାରୀ ଅଟନ୍ତି।

ଗତ ମାର୍ଚ୍ଚ ୨୦୧୦ ରିପୋର୍ଟ ଅନୁସାରେ ଓଆଇଟିଏଲର ନିର୍ଦ୍ଦେଶକ ପଦରୁ ଜଗି ମଙ୍ଗତ ଇସ୍ତଫା ଦେଇଥିଲେ। ବିଭୂରଥଙ୍କ ସହ ମନୋରଞ୍ଜନ ଷଢ଼ଙ୍ଗୀ କମ୍ପାନୀର ନିର୍ଦ୍ଦେଶକ ହୋଇଥିଲେ। ଜୁନ ୨୦୧୦ରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଓଆଇଟିଏଲ ଖୋର୍ଦ୍ଧା ସାରୁଅ ଅଞ୍ଚଳରେ ଜମି କିଣିବା ଆରମ୍ଭ କରିଥିଲା। କମ୍ପାନୀ ବିସ୍ତୃତ ଜମି କ୍ରୟ ଲାଗି ଯୋଜନା କରିଥିବା ବେଳେ ଏଥିରେ ଅନୁସୂଚିତ ଜାତି ଲୋକଙ୍କର ଜମି ମଧ୍ୟ ଥିଲା। ଓଡ଼ିଶା ରାଜସ୍ୱ ଆଇନ ଅନୁସାରେ ଏପରି ଲୋକଙ୍କଠାରୁ କୌଣସି  କମ୍ପାନୀ ଅଥବା ସାଧାରଣ ବର୍ଗର ବ୍ୟକ୍ତି  ବିନା ଉପଯୁକ୍ତ ପ୍ରକ୍ରିୟାରେ ଜମି କ୍ରୟ କରିବାର କଟକଣା ରହିଛି।  ଅନୁସୂଚିତ ଜାତିର ଜମି ମାଲିକଙ୍କ ସ୍ୱାର୍ଥରକ୍ଷା ଲାଗି ଦୀର୍ଘ ବର୍ଷରୁ ଏପରି କଟକଣା ଲାଗୁ ରହିଛି, ଯେପରି ସେମାନେ ନିଜ ଜମିରୁ ବିତାଡିତ ହୋଇ ଭୂମିହୀନ ହେବେ ନାହିଁ କି ସାଧାରଣ ଲୋକ ଓ କମ୍ପାନୀଙ୍କ ପ୍ରତାରଣାର ଶିକାର ନ ହେବେ ସେଥିଲାଗି ଏହି ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

ରାଜସ୍ୱ ଆଇନ ମଧ୍ୟ ଏହା ସୁନିଶ୍ଚିତ କରେ ଯେ ଏପରି ପ୍ରକ୍ରିୟାରେ ଅନୁସୂଚିତ ଜାତି ଲୋକେ ଭୂମିହୀନ ହେବେ ନାହିଁ। ଏଣୁ ଏପରି ପ୍ରକ୍ରିୟାରେ ଅନୁସୂଚିତ ଜାତି ଲୋକଙ୍କ ଠାରୁ ଜମି କିଣିବା ଲାଗି ଅନୁମତି ହାସଲ ରାଜ୍ୟରେ ପ୍ରାୟତଃ ଅସମ୍ଭବ। ଏହା ସତ୍ତ୍ୱେ ଜୁନ ୨୦୧୦ରୁ ଜୁନ ୨୦୧୩ ମସିହା ମଧ୍ୟରେ ଓଆଇଟିଏଲ ଅନୁସୂଚୀତ ଜାତି ଲୋକଙ୍କଠାରୁ ରବି ସେଠୀ ନାମକ ଜନୈକ ନିମ୍ନ ବେତନଭୋଗୀ ବାହନ ଚାଳକଙ୍କ ନାମରେ  ବେଞ୍ଚମାର୍କ ଦର ଠାରୁ କମ୍ ମୂଲ୍ୟରେ  ଜମି କ୍ରୟ ହୋଇଥିଲା। 

ରବି ସେଠୀ ଜଣେ ଅନୁସୂଚିତ ଜାତିର ଗରିବ ବ୍ୟକ୍ତି ହୋଇଥିବା ବେଳେ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଓଆଇଟିଏଲର ଜନୈକ ନିର୍ଦ୍ଦେଶକଙ୍କର ସେ ବାହନ ଚାଳକ ଥିବା ବେଳେ ସେତେବେଳେ ତାଙ୍କର ମାସିକ ବେତନ ମାତ୍ର ୮୦୦ ଟଙ୍କା ଥିଲା। ଅନୁସୂଚିତ ଜାତିର ଲୋକଙ୍କ ଠାରୁ ରବି ସେଠୀଙ୍କ ନାମରେ ୨୦ ଲକ୍ଷ ଟଙ୍କାର ଜମି କିଣାଯାଇଥିଲା। ଯେଉଁ ଜମି ସେଠୀଙ୍କ ମାଲିକାନାରେ କେବେବି ନଥିଲା ଯାହାକୁ ଓଆଇଟିଏଲ ହାତେଇ ନେଇଥିଲେ। ଏକ୍ଷେତ୍ରରେ ସେଠୀ କେବଳ ବେନାମୀ କାରବାର ଲାଗି ବ୍ୟବହୃତ ହୋଇଥିଲେ। ରିପୋର୍ଟ ଅନୁସାରେ ସେଠୀ ଗରିବ ହୋଇଥିବାରୁ ୨୦ ଲକ୍ଷ ଟଙ୍କାର ଜମି କିଣିବା ତାଙ୍କ ସାଧ୍ୟ ମଧ୍ୟରେ ନଥିଲା।

ତେବେ ଓଡିଶା ରାଜସ୍ୱ ଆଇନ ଏବଂ ଓଏଲଆର ଅଧିନିୟମର ବ୍ୟବସ୍ଥା ଅନୁଯାୟୀ   ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମିକୁ କୌଣସି ବ୍ୟକ୍ତି ଅଥବା କମ୍ପାନୀ ଉପଯୁକ୍ତ ପ୍ରକ୍ରିୟା ବିନା କ୍ରୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜସ୍ୱ ଆଇନ ଏବଂ ଓଏଲଏଆର ଅଧିନିମର ବାଧା ଦୂର କରିବା ଲାଗି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସେଠୀଙ୍କୁ ଖୋର୍ଦ୍ଧା ସାରୁଅରେ ଅନୁସୂଚୀତ ଜାତିର ଲୋକଙ୍କଠାରୁ ଜମି କ୍ରୟରେ ବ୍ୟବହାର କରାଯାଇଥିଲା। ପରେ ଏହି ଜମିକୁ ସେଠୀଙ୍କ ଦ୍ୱାରା ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ (ଓଆଇଟିଏଲ)କୁ ବିକ୍ରି କରାଯାଇଥିବା ଦର୍ଶାଯାଇଥିଲା।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଜମି କିଣାବିକା କାଗଜପତ୍ରରେ ବିକ୍ରେତା ଓ କ୍ରେତାଙ୍କ ଠିକଣା ସମାନ ଉଲ୍ଲେଖ ଥିବା ଦେଖାଯାଇଛି। ଯାହା ସି-୧, ଚନ୍ଦ୍ରଶେଖର ପୁର, ଜିଲ୍ଲା ଖୋର୍ଦ୍ଧା, ଓଡ଼ିଶା  ସ୍ପଷ୍ଟ ଉଲ୍ଲେଖ ଅଛି। ତେବେ ପ୍ରସଙ୍ଗରେ ସେଠୀ କହିଛନ୍ତି ଯେ ତାଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ନିଆଯାଇ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରାଯାଇଥିଲା, ଯେଉଁ ସବୁ କାଗଜ ପତ୍ରରେ କଣ ଉଲ୍ଲେଖ ରହିଛି ତାହା ମଧ୍ୟ ସେ ଜାଣନ୍ତି ନାହିଁ । ଅପରପକ୍ଷରେ ସେଠୀଙ୍କ ଠାରୁ କିଣା ଯାଇଥିବା ଜମି ଲାଗି ଓଆଇଟିଏଲ  ୬୫ଲକ୍ଷ ଟଙ୍କା ଦେଇଥିବା ବିକ୍ରି କାଗଜାତରେ ଉଲ୍ଲେଖ ଥିଲେ ବି ସେଠୀଙ୍କୁ ଏ ବାବଦେ ଟଙ୍କାଟିଏ ବି ଦିଆଯାଇ ନାହିଁ। ଯଦିଓ ସେତେବେଳେ ସେଠୀଙ୍କୁ ତାଙ୍କ ଝିଅ ଲାଗି ୨-୩ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ସେ ଟଙ୍କାଟେ ମଧ୍ୟ ପାଇ ନାହାନ୍ତି।

ନିକଟରେ ସେଠୀଙ୍କୁ ଜମି ବିକିଥିବା ଅନୁସୂଚିତ ଜାତି ଲୋକେ  ଓ ନିଜେ ସେଠୀ ଖୋର୍ଦ୍ଧା ଦିଲ୍ଲାପାଳଙ୍କୁ ଭେଟି ସେମାନେ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ।  ସେମାନଙ୍କଠାରୁ ଜମି ଶାଗମାଛ ଦରରେ କିଣି ନେଇ କମ୍ପାନୀକୁ ବିକି ଦିଆଯାଇଥିବାର ଅଭିଯୋଗ କରିଥିବା ବେଳେ ସେଠୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଅନୁସୂଚିତ ଜାତିର ଲୋକଙ୍କଠାରୁ ସେ ଜମି କିଣୁଥିବା ଦେଖାଇ ଏହାକୁ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ (ଓଆଇଟିଏଲ)କୁ ବିକାଯାଇଥିବା କହିଛନ୍ତି।

   Related Posts