ନିଜ ମାଙ୍କ ଲାଗି କରୋନା ଲକଡାଉନ୍ ନିୟମ କୋହଳ କଲେନି ସରପଞ୍ଚ ପୁଅ, ଗାଁ ବାହାରୁ ଫେରାଇଦେଲେ

Published By : Prameya-News7 Bureau | April 16, 2020 IST

ସଙ୍ଗାରେଡ୍ଡୀ ୧୬।୪: ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ୍ଡୀରେ କରୋନା ଲକଡାଉନକୁ ନେଇ ଘଟିଛି ଅଭାବନୀୟ ଘଟଣା। ଲକଡାଉନ ସମୟରେ କୁଣିଆ ଘରୁ ଗାଁକୁ ଫେରିବାରୁ ସରପଞ୍ଚ ନିଜ ମାଙ୍କୁ ଗାଁରେ ପୁରେଇଦେଇ ନାହାନ୍ତି। ଶିରଗାପୁର ମଣ୍ଡଳ ଗୋଇସାଇପଲ୍ଲୀ ଗାଁର ସରପଞ୍ଚ ସାଇ ଗଉଡ ଲକଡାଉ ଘୋଷଣା ପରେ ଗାଁକୁ ଫେରିଥିବା ମା ତୁଲସମ୍ମାଙ୍କୁ ଘରକୁ ଆସିବା ଦୂରର କଥା ଗାଁ ମୁଣ୍ଡରୁ ଫେରାଇ ଦେଇଛନ୍ତି।

{"id":255154,"width":581,"height":300,"sizeSlug":"large"}

ଏହି ଘଟଣାଟି ଗତ ଏପ୍ରିଲ ୧୩ ତାରିଖର, ତେବେ ଚର୍ଚ୍ଚା ହେବା ପରେ ଲୋକଙ୍କ ନଜରକୁ ଆସିଛି। ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏଥିରେ ବିଭିନ୍ନ ଗାଁରେ ଲୋକେ ବାହାରୁ ଆସୁଥିବା ଲୋକଙ୍କୁ ସଂକ୍ରମଣ ଭୟରେ ଗାଁରେ ପ୍ରବେଶ କରିବାକୁ ଦେଉ ନାହାନ୍ତି। ଏଥିରେ ସରପଞ୍ଚ ସାଇ ଗୌଡଙ୍କ ପଞ୍ଚାୟତ ମଧ୍ୟ ଏପରି ନିଷ୍ପତ୍ତି ନେଇଥିବା ବେଳେ ସଂକ୍ରମଣ ସମୟରେ ଗାଁ ବାହାରେଥିବା ମା ଙ୍କୁ ଗାଁରେ ପୁରେଇ ଦେଇନାହାନ୍ତି।

{"id":255155,"sizeSlug":"large"}

ସରପଞ୍ଚ ସାଇ ଗୌଡଙ୍କମା ତାଙ୍କର କୌଣସି ନିକଟସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତେବେ ଲକଡାଉନ ସମୟରେ ସେ ଗାଁକୁ ଆସିବାରୁ ଲୋକେ ତାଙ୍କୁ ଗାଁ ମୁଣ୍ଡରେ ଅଟକାଇ ସରପଞ୍ଚଙ୍କୁ ଡକାଇଥିଲେ। ସରପଞ୍ଚ ଆସି ମାଙ୍କୁ ପଞ୍ଚାୟତର ନିଷ୍ପତ୍ତି ଜଣାଇବା ସହ ତାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ପୁଣି ଫେରିଯିବାକୁ କହିଥିଲେ। ଏଥିରେ ମା ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିବା ଜଣାପଡିଛି।

{"id":255156,"width":577,"height":380,"sizeSlug":"large"}

କେବଳ ଗୋଇସାଇ ପଲ୍ଲୀ ନୁହେଁ ତେଲେଙ୍ଗାନା ରାଜ୍ୟର ଅନେକ ଗାଁରେ ଲୋକେ ଏପରି ନିୟମ ଏବେ କଡାକଡି ପାଳନ କରୁଛନ୍ତି। ଏଥିରେ ଖମମ ଜିଲ୍ଲାର ତନୈକେଲାରେ ଲୋକେ ଗାଁ ମୁଣ୍ଡରେ ଲଗାଇଥିବା ପୋଷ୍ଟର ବାସ୍ତବିକ ମଜାଦାର। ଏଥିରେ ଲୋକେ ‘ ତୁମେ ଆମ ଗାଁକୁ ଆସନି ଆମେ ବି ତୁମ ଗାଁକୁ ଯିବୁନି’ ଲେଖି ଟଙ୍ଗାଇଛନ୍ତି। ଲୋକେ ବାହାରୁ ଆସୁଥିବା ଲୋକଙ୍କୁ ଗାଁରେ ପୁରାଇ ନ ଦେବା ଲାଗି ଗଛ କାଟି ଗାଁ ମୁଣ୍ଡ ମୁଖ୍ୟ ସଡକକୁ ଅବରୋଧ କରି ଜଗି ରହିଛନ୍ତି। କେବଳ ଜରୁରିକାଳୀନ ପରିସ୍ଥିତିରେ ସେମାନେ ଗାଁରୁ ବାହାରକୁ ଯିବା ଆସିବା କରୁଛନ୍ତି ନଚେତ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.