କରୋନା କାଳରେ ସାପ କାମୁଡ଼ାରେ ସରପଞ୍ଚଙ୍କ ମୃତ୍ୟୁ

Published By : Prameya-News7 Bureau | August 05, 2020 IST

ଢେଙ୍କାନାଳ୫/୮: ସାପ କାମୁଡାରେ ସରପଞ୍ଚଙ୍କ ମୃତ୍ୟୁ। ଶୋଇଥିବା ଅବସ୍ଥାରେ ତାଙ୍କୁ ସାପ କାମୁଡ଼ି ଥିଲା। ଗଁନ୍ଦିଆ ବ୍ଲକ ଗୁଣ୍ଡୁରାପଶି ପଞ୍ଚାୟତର ସରପଞ୍ଚଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି। ମୃତ ସରପଞ୍ଚଙ୍କ ନାଁ ଅଶାନ୍ତି ସେଠି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଗଁନ୍ଦିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କରୋନା କାଳରେ ଜଣେ ସରପଞ୍ଚଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ମର୍ମାହତ ହୋଇଛନ୍ତି। କରୋନା ମୁକାବିଲାରେ ସରପଞ୍ଚଙ୍କ ଭୂମିକା ଅତ୍ୟାନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ ଏଭଳି ପରିସ୍ଥିତିରେ ଜଣେ ସରପଞ୍ଚ ମୃତ୍ୟୁ ହେବା, ପଞ୍ଚାୟତବାସୀଙ୍କୁ କଷ୍ଟ ପହଁଞ୍ଚାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.