ଜଟଣୀରୁ ବିଜେଡି ବିଭୂତିଙ୍କୁ ଟିକେଟ ଦେଲେ ଦଳ ଛାଡିବାକୁ ଧମକଦେଲେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ: ବୁଦ୍ଧିଜୀବୀ ଦାବି କଲେ ନୂଆ ମୁହଁ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର୨୬|୩: ତୃତୀୟ ପର୍ଯ୍ୟାୟ​‌ରେ ନିର୍ବାଚନ ହେବାକୁ ଥିବା ଜଟଣୀ ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ବିଜେଡି ତା’ର ପ୍ରାର୍ଥୀ ଫାଇନାଲ କରିନଥିବା ବେଳେ ଜଣେ ଶିକ୍ଷିତ ଓ ସଚ୍ଚୋଟ ବ୍ୟକ୍ତିଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏହି ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀମାନେ । ଜଟଣୀ ଅଂଚଳର ଡାକ୍ତର, ପ୍ରଫେସର, ଇଂଜିନିୟର, ବରିଷ୍ଠ ଆଇନଜୀବୀ, ବଡ଼ ବ୍ୟବସାୟୀ ସମସ୍ତେ ଏହି ଚିଠିରେ ଦସ୍ତଖତ କରି ନିଜର ସମ୍ମତି ଜଣାଇଛନ୍ତି ।

{"id":97191,"align":"center"}

ଏହି ନିର୍ବାଚନ ମଣ୍ଡଳୀରେ ଗଲା ଦୁଇଟି ନିର୍ବାଚନରେ ଲୋକ ଚାହୁଁନଥିବା ପ୍ରାର୍ଥୀଙ୍କୁ ଦଳ ସୁଯୋଗ ଦେଇଥିବାରୁ ଏଥର ନୂଆ ମୁହଁ ଚାହୁଁଛନ୍ତି ଜଟଣୀବାସୀ । ଅପରାଧିକ ରେକର୍ଡ଼ ଥିବା କୌଣସି ବ୍ୟକ୍ତିଙ୍କୁ ଟିକେଟ୍‌ ନଦେବାକୁ ସେମାନେ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କରିଛନ୍ତି । ଜଣେ ଶିକ୍ଷିତ, ସଚ୍ଚୋଟ ଓ ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତି ଏଥର ନିର୍ବାଚନରେ  ବିଜେଡିରୁ  ପ୍ରାର୍ଥୀ ହେଲେ  ଦଳ ନିଶ୍ଚିତ ବିଜୟଲାଭ କରିବ ବୋଲି ସେମାନେ ମତ ରଖିଛନ୍ତି ।

{"id":97192,"align":"center"}

ଅନ୍ୟପକ୍ଷରେ ଜଟଣୀ ବିଧାନସଭା ଆସନରୁ ଟିକେଟ ମିଳିଯାଇଛି ବୋଲି ପ୍ରଚାର କରୁଥିବା ବିଭୂତି ବଳବନ୍ତରାୟଙ୍କୁ ଟିକେଟ ନଦେବା ପାଇଁ ସ୍ଥାନୀୟ କିଛି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ଓ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଭାବେ ଦାବୀ କରିଛନ୍ତି । ବିଭୂତିଙ୍କୁ ଟିକେଟ ଦିଆଗଲେ ପରିସ୍ଥିତି ଭୟବହ ହେବ ଏବଂ ସେମାନେ ଦଳ ଛାଡିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

{"id":97193,"align":"center"}

ଜଟଣୀ ବିଧାନସଭା ଆସନରୁ କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରର୍ଥୀ ଘୋଷଣା କରିସାରିଛନ୍ତି । କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କୁ ଦଳ ପୁଣି ରିପିଟ ହୋଇଥିବାବେଳେ ବିଜେପି ବିଶ୍ବରଞ୍ଜନ ବଡଜେନାଙ୍କୁ ପ୍ରର୍ଥୀ କରିଛି । ବିଜେଡି ଏହି ଆସନରୁ କାହାକୁ ପ୍ରର୍ଥୀ କରିବ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି ।

{"id":97194}
{"id":97195}
{"id":97196}
{"id":97197}
{"id":97198}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.