ସରପଞ୍ଚଙ୍କ ବହିଷ୍କାର ଦାବି
8/06/2018 at 7:00 AM

ସରପଞ୍ଚଙ୍କ ବହିଷ୍କାର ଦାବି । ୨୬ ଦିନ ହେଲା କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତରେ ଝୁଲୁଛି ତାଲା । ବର୍ତ୍ତମାନର ସରପଞ୍ଚ ଜାଲ ଆଦିବାସୀ ପ୍ରମାଣପତ୍ର ଦେଇ ସରପଞ୍ଚ ହୋଇଛନ୍ତି । ଯାହାକୁ ବିରୋଧ କରି ଗତ ମାସ ୧୬ ତାରିଖରୁ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଥିଲେ । ଏଥି ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନହେବା ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଚନ୍ତି । ପଞ୍ଚାୟତ ଅଫିସରେ ତାଲା ପଡିଥିବାରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021