Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦଳ ବିରୋଧୀ କାର୍ଯ୍ୟ କରି ଦଳରୁ ବହିଷ୍କୃତ ହେଲେ ସରପଞ୍ଚ, ବିଧାୟିକାଙ୍କ କୁଶ ପୁତଳିକା ଦାହ କଲେ ସମର୍ଥକ

4/05/2021 at 8:58 PM

ଚଣ୍ଡିଖୋଲ, ୦୪/୦୫: ଦଳ ବିରୋଧୀ କାର୍ଯ୍ୟ କରିବା ଜଣେ ସରପଞ୍ଚଙ୍କୁ ମହଙ୍ଗା ପଡ଼ିଛି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ସୁଲପୁର ବ୍ଲକ ଅତଲାପୁର ପଂଚାୟତର ସରପଞ୍ଚ ତଥା ବ୍ଲକ ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତାଙ୍କ ନାମରେ ବିରୋଧୀ କାର୍ଯ୍ୟ କରିବା ଓ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଏପରି ନିଷ୍ପତ୍ତି ନେଇଛନ୍ତି ।

ଦଳରୁ ବହିଷ୍କାର ହେବା ପରେ ଗତକାଲି ପ୍ରଫୁଲଙ୍କ ସମର୍ଥକମାନେ ବରୀ ବିଧାୟିକାଙ୍କ କୁଶ ପୁତଳିକା ଦାହ କରିବା ସହ ନାରାବାଜି କରିଥିଲେ । ଆଜି ଏହି ଘଟଣାକୁ ବରୀ ବିଜୁ ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ଦଳ ବିରୋଧୀ କାର୍ଯ୍ୟ ନେଇ ବରୀ ବିଧାୟିକାଙ୍କ ପାଖରେ ଅଭିଯୋଗ ହେବା ପରେ ସେ ଏନେଇ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେଡି ସଭାପତିଙ୍କ ସୁପାରିଶ କ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ବୋଲି ଜଣାପଡ଼ିଛି ।

ଏହାକୁ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ଆଗାମୀ ଦିନରେ ଦଳ ବିରୋଧୀ କାର୍ଯ୍ୟରେ ଯିଏ ବି ଲିପ୍ତ ରହିବ ତାଙ୍କ ଉପରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକଙ୍କ ଠାରୁ ଆରମ୍ଭ କରି ବହୁ ବିଜେଡି ନେତା ଏଥିରେ ସାମିଲ ହୋଇ ଘଟଣାକୁ ନିନ୍ଦା କରିଛନ୍ତି ।

   Related Posts