ମାଓବାଦୀଙ୍କ ନାଁରେ ଧମକ ଦେଇ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ଦୁଇ ଗିରଫ

Published By : Prameya-News7 Bureau | November 15, 2018 IST

କଳାହାଣ୍ଡି ୧୫|୧୧: ମାଓବାଦୀ ନାଁରେ ଧମକ ଦେଇ ସରପଞ୍ଚଙ୍କ ସ୍ବାମୀ ଗିରଫ। କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍  କୁମଖାଲ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମୁଲୁ ମାଝୀ ଏବଂ ମାଓବାଦୀ ପରିଚୟ ଦେଉଥିବା ଶିବ ମୁନିକାଙ୍କୁ ଗିରଫ କରିଛି ପୋଲିସ। ପଞ୍ଚାୟତ ଗୃହ ନିର୍ମାଣ ନେଇ ଗ୍ରାମବାସୀ ଓ ସରପଞ୍ଚଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସରପଞ୍ଚଙ୍କୁ ବିରୋଧ କରୁଥିବା କେତେକ ଲୋକଙ୍କୁ ଡରାଇବା ପାଇଁ ତାଙ୍କର ସ୍ବାମୀ ମୁଲୁ ମାଝୀ ସେହି ଅଞ୍ଚଳର ଶିବ ମୁନିକାଙ୍କ ସାହାଯ୍ୟ ନେଇଥିଲେ। ଶିବ ମୁନିକା ପୂର୍ବରୁ ନିଜକୁ ମାଓବାଦୀ ପରିଚୟ ଦେଇ ଲୋକଙ୍କୁ ଧମକ ଚମକ ଦେଉଥିଲେ। ତେବେ ସରପଞ୍ଚଙ୍କ ସ୍ବାମୀ ଏହି ନକଲି ମାଓବାଦୀ ସହିତ ହାତ ମିଳାଇବା ପରେ ଗାଁ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.