ଅ, ଆ... ଜାଣି ନାହାନ୍ତି, ହୋଇଥିଲେ ସରପଞ୍ଚ: ଅଯୋଗ୍ୟ ଘୋଷଣା କଲେ କୋର୍ଟ

Published By : Prameya-News7 Bureau | April 16, 2021 IST

ଭଦ୍ରକ ୧୬।୦୪ : ଅ, ଆ ଲେଖି ଓ ପଢି  ଜାଣିନଥିଲେ। ତଥାପି ବି ହୋଇଥିଲେ ସରପଞ୍ଚ ପ୍ରାର୍ଥୀ। ସେତେବେଳେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ପରେ ସରପଞ୍ଚଙ୍କ ପଦକୁ ଅଯୋଗ୍ୟ ଘୋଷିତ କରିଲେ ମାନ୍ୟବର କୋର୍ଟ ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନସ୍ଥ ଦୈସିଂ ପଞ୍ଚାୟତ ସରପଞ୍ଚ ପାର୍ବତୀ ମାଝୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର ଭଦ୍ରକ ଜିଲ୍ଲା ଦୌରା ଜଜ । ଦୈସିଂ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ହୋଇତିଲେ ପାର୍ବତୀ ମାଝୀ । ଓଡ଼ିଆ ଲେଖିପାରୁ ନ ଥିବା ଓ ପଢି ପାରୁ ନ ଥିବା ଅଭିଯୋଗ ହୋଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

{"id":439428,"width":835,"height":457,"sizeSlug":"large","linkDestination":"none"}

ଏହା ପରେ ଅଭିଯୋଗକାରୀ କୋର୍ଟର ଆଶ୍ରୟ ନେଇଥିଲେ।  ମାମଲାର ବିଚାର କରି ନ୍ୟାୟାଳୟ ସରପଞ୍ଚଙ୍କୁ  ଅଯୋଗ୍ୟ ଘୋଷଣା କରିଛନ୍ତି। ୨୦୧୭ ମସିହାରୁ ଏହି ମାମଲା କୋର୍ଟରେ ଚାଲି ଆସୁଥିଲା।  ସରପଞ୍ଚଙ୍କ ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥୀ ବାଗନ ସିଂ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହାର ରାୟ ଆଜି ଭଦ୍ରକ ଜ଼ିଲ୍ଲା ଦୌରାଜଜ ଶୁଣାଇଛନ୍ତି ଓ ପାର୍ବତୀ ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ନିର୍ବାଚନ ଅଧିକାରୀଙ୍କୁ ଶୀଘ୍ର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.