ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ୨ଟି ଓ୍ବାର୍ଡକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | May 17, 2020 IST

ଭଦ୍ରକ୧୭/୫: କରୋନା ସଂକ୍ରମଣକୁ ରୋକିବା ସହ ଲୋକମାନଙ୍କ ସୁରକ୍ଷା ପାଇଁ ପଞ୍ଚାୟତର ଦୁଇଟି ୱାର୍ଡକୁ ୪୮ ଘଣ୍ଟା ସଟ୍‌ଡାଉନ ଘୋଷଣା କଲେ ସରପଞ୍ଚ। ଭଦ୍ରକ ଜିଲ୍ଲା ତିହିଡି ଭାଟପଡ଼ା ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ଏହି ସଟ୍‌ଡାଉନ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ୨୦ ଓ ୨୧ ନମ୍ବର ଏହି ଦୁଇଟି ୱାର୍ଡ କୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିବା ସହ ତିହିଡି ବଜାରକୁ ଆଜି ଦିନ ୧୨ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି ।

{"id":271332,"sizeSlug":"large"}

ତିହିଡି ବଜାରରେ ଏହି ୭ ଘଣ୍ଟା ମଧ୍ୟରେ ଜରୁରୀ କାଳୀନ ପରିସ୍ଥିତିରେ ଔଷଧ ଦୋକାନ ଡାକ୍ତରଖାନା ଖୋଲା ରହିବ । ବର୍ତ୍ତମାନ କରୋନା ସଂକ୍ରମିତ ବଢ଼ିବାରେ ଲାଗିଛି। ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଲୋକଙ୍କ ସହ ଅବାଧରେ ମିଳାମିଶା କରୁଥିବାରୁ ପଞ୍ଚାୟତର କିଛି ଅଂଶ କୁ ସଟ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ସୂଚନା ଅନୁଯାୟୀ ପ୍ରବାସୀ ଫେରୁଥିବା ଓ ଏହି ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ ଏମିତି ନିଷ୍ପତି ନେଇଛନ୍ତି ସରପଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.