ନିୟମ ଭାଙ୍ଗିଲେ ସରପଞ୍ଚ

Published By : Prameya-News7 Bureau | July 17, 2020 IST

ବାଲିପାଟଣା୧୭/୭:  ସରପଞ୍ଚ ନିଜେ ନିୟମ କଲେ ପୁଣି ନିଜେ ଭାଙ୍ଗିଲେ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ସାହୁ ଏଭଳି ନିୟମ ଭାଙ୍ଗିଥିବା ବଇଁଚୁଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବଇଁଚୁଆ ଗ୍ରାମରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗ୍ରାମକୁ ୧୯ ତାରିଖ ପର୍ଯ୍ୟନ୍ତ ସଟଡାଇନ୍ ଘୋଷଣା କରି ପୁଣି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଥିଲେ ସରପଞ୍ଚ। ମାତ୍ର ନିଜେ ନିୟମ ଭାଙ୍ଗି ଦଶ ଚକିଆ ଗାଡିରେ ରଡ ଆଣିଲେ । ଦୋକାନ ଖୋଲି ଅନଲୋଡ଼ ମଧ୍ୟ କଲେ।

ଯେଉଁଠି ଗାଁର ସମସ୍ତ ଗ୍ରାମବାସୀ ନିୟମକୁ ମାନୁଛନ୍ତି, ସେଠି ସରପଞ୍ଚ ନିଜେ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରିଛନ୍ତି। ଏହାକୁ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି। ଏହାକୁ ନେଇ  ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ବାଲିଅନ୍ତା ଥାନାରେ ଲିଖତ ଅଭିଯୋଗ ମଧ୍ୟ କରଛନ୍ତି ଗ୍ରାମବାସୀ। ନିୟମ ଭାଙ୍ଗିବା ଅଭିଯୋଗରେ ସରପଞ୍ଚ ଜରିମାନା ଦିଅନ୍ତୁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.