ଯୁବତୀକୁ ଅସଦାଚରଣ ଅଭିଯୋଗରେ ସରପଞ୍ଚ ଗିରଫ: ଶୁଣନ୍ତୁ ପୂର୍ବରୁ ପୀଡିତା କ'ଣ କହିଥିଲେ...

Published By : Prameya-News7 Bureau | June 10, 2020 IST

ଭୁବନେଶ୍ୱର୧୦/୬: ସୋନପୁର ଅନ୍ଧାରୀବାଞ୍ଜି ସରପଞ୍ଚ ଭୁବନେଶ୍ୱରରୁ ଗିରଫ । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ କ୍ୱାରେଣ୍ଟାଇନ୍‌ରେ ଥିବା ଯୁବତୀକୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ସରପଞ୍ଚ ବନମାଳୀ ସାଙ୍କୁ  ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ଯୁବତୀ ନିଜେ ତାଙ୍କ ନାଁରେ ଅଭିଯୋଗ କରିଥିଲେ ।

କରୋନା ଭାଇରସ୍‌ ନେଇ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲିଛନ୍ତି । ଆଉ ପ୍ରବାସରୁ ଫେରୁଥିବା ଆମ ରାଜ୍ୟର ଭାଇ ଭଉଣୀମାନେ ସେଠାରେ ନିର୍ଦ୍ଦିଷ୍ଟ ଦିନ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯାଉଛି।  ସଂପୃକ୍ତ ଅଞ୍ଚଳର କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱ ସେହି ଅଞ୍ଚଳର ସରପଞ୍ଚଙ୍କୁ ଦିଆଯାଇଛି । ରହିବା ଠାରୁ ନେଇ ଖାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱର ତଦାରଖ କରିବେ ସରପଞ୍ଚ । ଏବେ ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସରପଞ୍ଚଙ୍କ ଦୁର୍ବ୍ୟବାହର ନେଇ ଖବର ସାମନାକୁ ଆସିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରଲ୍‌ ହୋଇଥିଲା । ଘଟଣାଟି ଘଟିଛି  ଡୁଙ୍ଗୁରୀପାଲ୍ଲୀ ବ୍ଲକ୍‌ , ଅନ୍ଧାରୀବାଞ୍ଜି ପଞ୍ଚାୟତର କ୍ୱାରେଣ୍ଚାଇନ୍‌ କେନ୍ଦ୍ରରେ । ଏଠାରେ  କ୍ୱାରେଣ୍ଟାଇନ୍‌ ଥିବା ଜଣେ ଯୁବତୀଙ୍କୁ ସେହି କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ସରପଞ୍ଚ ଖରାପ ବ୍ୟବାହାର କରିଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିଲେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.