Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଧୋକାବାଜ ସରପଞ୍ଚ ଗିରଫ : ୭ବର୍ଷ ଲିଭ୍-ଇନ୍ ପରେ ବି ପ୍ରତାରଣା

30/12/2019 at 1:23 PM

ଭୁବନେଶ୍ବର ୩୦/୧୨: ପ୍ରେମରେ ଧୋକା ଦେଇ ସରପଞ୍ଚ ଗିରଫ । ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଡମଣାର ଜଣେ ଯୁବତୀଙ୍କୁ ପ୍ରେମ ଓ ପରେ ପ୍ରତାରଣା ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଯୁବତୀଙ୍କ ସହ ୭ ବର୍ଷ ଏକାଠି ରହିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ଯୁବତୀ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ପୁଲିସ ଉକ୍ତ ସରପଞ୍ଚଙ୍କୁ ତାଙ୍କ ଗାଁରୁ ଗିରଫ କରିଥିବା ଜଣାଯାଇଛି। ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ପୂର୍ବରୁ ବିବାହିତ ଥିବା ସୂଚନା ମିଳିଛି।

   Related Posts