Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ

24/04/2020 at 7:52 PM

ନିଶ୍ଚିନ୍ତକୋଇଲି୨୪/୪: ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ। ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସ୍ବାସ୍ଥ୍ୟସେବା ସେବା ସହ ଜଡିତ କୌଣସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କିମ୍ବା ଆକ୍ରମଣ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର ୨୪ ଘଣ୍ଟା ନ ପୁରୁଣୁରୁ ଜଣେ ମହିଳା ଡାକ୍ତରଙ୍କୁ ଅଶାଳୀନ ଗାଳିଗୁଲଜ ଓ ର୍ଦୁବ୍ୟବହାର କରି ସରପଞ୍ଚ ଗିରଫ ହୋଇଛନ୍ତି। ମହିଳା ଡାକ୍ତର ଥାନାରେ ଅଭିଯୋଗ କରିବା ପରେ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

କଟକ ଜିଲ୍ଲା ନେମାଳ ଥାନା ନଗସପୁର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ। ଗତକାଲି ନଗସପୁର ମହିଳା ସରକାରୀ ଡାକ୍ତର ଅଜନ୍ତା ମହାନ୍ତିଙ୍କୁ ମେଡିକାଲ ପରିସରରେ ଅଶାଳୀନ ବ୍ୟବହାର ସହ ଗାଳିଗୁଲଜ କରିଥିଲେ। ମହିଳା ଡାକ୍ତର ଜଣଙ୍କ ନେମାଳ ଥାନାରେ ଅଭିଯୋଗ କରିଥିଲେ। ଏହା ସହ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। ଆଉ ଥାନା ଅଧିକାରୀ ୪୬/୨୦୨୦ ରେ ମାମଲା ରୁଜୁ କରି ସରପଞ୍ଚଙ୍କୁ କରି କୋର୍ଟ ଚାଲାଣ କରିଛନ୍ତି।

   Related Posts