ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ ନିର୍ବାଚିତ

Published By : Prameya-News7 Bureau | January 26, 2022 IST

ଖଲ୍ଲିକୋଟ ୨୬/୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ଗାଁ ରାଜନୀତି। ହେଲେ ନିର୍ବାଚନ ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ମୋଟ ୧୮ଟି ପଂଚାୟତ ରହିଥିବା ବେଳେ ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ ଓ ସମିତି ସଭ୍ୟା ଭାବେ ଏନ୍.ଚନ୍ଦ୍ରେୟା ରେଡ୍ଡୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଅଗସ୍ତି ନୂଆଗାଁ ସରପଞ୍ଚ ଭାବେ ଉର୍ମିଳା ଦାସ ଓ ସମିତି ସଭ୍ୟା କିରନ କୁମାରୀ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।ଏହି ଦୁଇ ପଂଚାୟତର ସମସ୍ତ ୱାର୍ଡମେମ୍ବର ମଧ୍ୟ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି ।   

ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ଅଞ୍ଚଳବାସୀ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ।   ଆଗାମୀ ଦିନରେ ମୌଳିକ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବା ସହ ଏହି ଦୁଇ ପଂଚାୟତ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଥିବା ଉଭୟ ପଂଚାୟତର ପ୍ରତିନିଧିମାନେ କହିଛନ୍ତି । ସେହିପରି ବ୍ଲକର କଣମଣା ପଂଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ରଶ୍ମିତା ଦେହୁରୀ ମଧ୍ୟ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଛତ୍ରପୁର ବ୍ଲକର ୨୮୨ଟି ୱାର୍ଡ ରହିଥିବା ବେଳେ ସେଥିମଧ୍ୟ୍ୟରୁ ୧୬୯ଟି ୱାର୍ଡରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବ୍ଲକ ପକ୍ଷରୁ କୁହାଯାଇଛି  |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.