Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସରୋଜିନୀ – ଯାତ୍ରା ପାର୍ଟିକୁ କିପରି ଆସିଲେ, କିପରି ରହିଛି ଯାତ୍ରାର ଯାତ୍ରା:ଶୁଣନ୍ତୁ

21/02/2020 at 6:19 PM

ଭୁବନେଶ୍ୱର – ଯାତ୍ରା ଦୁନିଆର ଆଉ ଏକ ଲୋକ ପ୍ରିୟ ନାଁ ସରୋଜିନୀ । ଯାତ୍ରାର ବିଭିନ୍ନ ନାଟକରେ ବେଶ୍‌ ନିଖୁଣ ଭାବେ ଅଭିନୟ କରନ୍ତି । ସାତ ଟଙ୍କାର ସାନ ବୋହୁ ହେଉ କି ଜହ୍ନରେ ତତେ ପୁନେଇଁ ରାଣ ସବୁଥିରେ ଦର୍ଶକଙ୍କ ମନକୁ ମୋହୀ ନେଇଛନ୍ତି ।

ଅଭିନୟ ବେଳେ ତାଙ୍କର ଡାଇଲଗ ଡେଲିଭରୀ ଦର୍ଶକଙ୍କୁ ମୋହିତ କରିଥାଏ । କଳା ପ୍ରତି ଛୋଟ ବେଳୁ ଆଗ୍ରହ , ଗୀତ ବାଜିରେ ଡେଉଁଥିଲେ ଯେ ଡେଉଁଥିଲେ ।, ଲୋକ କହୁଥିଲେ ପାଗେଳୀ ହେଲେ ଯାତ୍ରା ପ୍ରତି ଏହି ପାଗେଳାମୀ ତାଙ୍କୁ ଯାତ୍ରା ଦୁନିଆଁକୁ ଆଣି ଦେଇଥିଲା ।

ଏବେବ ଯାତ୍ରା ବିନା ଭଲ ଲାଗେନି । ବିନା ଯାତ୍ରାରେ ୮ -୦୧ ଦିନ ହେଲେ ପୁଣି ଯାତ୍ରାରେ ଅଭିନୟ ପାଇଁ ମନ ବ୍ୟାକୁଳ ହୁଏ ।

ପ୍ରଥମେ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା ଟାଇଗର ତାରେଣୀ ଗଣନାଟ୍ୟରୁ । ମାଲିକ ଓ ତାଙ୍କ ସ୍ତ୍ରୀ ଧୂମା ଝିଅ ପରି ପାଳିଥିଲେ ।

ପରେ ଯାତ୍ରାରେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା ସେମାନଙ୍କର ଭଗବାନଙ୍କର ଦର୍ଶକ ଆଶୀର୍ବାଦରୁ ସେ ସଫଳତା ପାଇଥିବା କଥା କହିଛନ୍ତି ।

ଆଉ ଟିକେ ଉପରକୁ ଯିବାକୁ ଇଚ୍ଛା । ଆହୁରି ଟିକେ ଅଧିକ ପ୍ରସିଦ୍ଧି ପାଇବାପାଇଁ ଇଚ୍ଛା ।

ଘର ଉତ୍ସବରେରେ ଯୋଗ ଦେଇ ପାରିନାହାନ୍ତି । ଦିନରେ ଉତ୍ସବ ହେଲେ ଯାଇ ପାରନ୍ତି , ମାତ୍ର ରାତିରେ ଯିବା ଅକ ପ୍ରକାର ଅସମ୍ଭବ । ହେଲେ ମନକୁ ବୁଝେଇ ଦେଇଛନ୍ତି । ନିଜ ଛାତିର କୋହ ନିଜ ଭିତରେ ଚାପି ଯାତ୍ରାର ଅଭିନୟ ଭିତରେ ହଜି ଯାଆନ୍ତି ।

   Related Posts