Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

କେବିସି ‘ସୋ’ର ହଟ୍ ସିଟ୍‌ରେ ପହଞ୍ଚିଲେ ସରୋଜ ସିସୋଦିୟା, କୋଟିପତି ହେବାକୁ ଆଉ ଗୋଟେ ପାଦ ଦୂର…

22/08/2019 at 8:23 PM

ଉଦୟପୁର୨୨|୮: ବିଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଟେଲିଭିଜନ ‘ସୋ’  କୌନ ବନେଗା କରୋଡ଼ପତି(କେବିସି)ର ୧୧ତମ ସିଜିନରୁ ରାଜସ୍ତାନ ପାଇଁ ଆସିଛି ଖୁସି ଖବର। ରାଜସ୍ତାନର ଉଦୟପୁର ବୋହୂ ଓ ଭିଲଓ୍ବାରାର ଝିଅ ସରୋଜ ସିସୋଦିୟା କେବିସି ‘ସୋ’ର ହଟ୍ ସିଟ୍‌ରେ ପହଞ୍ଚି ସାରିଛନ୍ତି ।

 ମଙ୍ଗଳବାର ଦିନ ପ୍ରସାରିତ ହେଉଥିବା କେବିସି ‘ସୋ’ର ଟପ ୧୦ ଜଣଙ୍କ ପ୍ରତିଯୋଗୀଙ୍କ ମଧ୍ୟରେ ସରୋଜ ସିସୋଦିୟାଙ୍କୁ ଦେଖିବାକୁ ମିଳିଛି। ଆଗାମୀ ଏପିସୋଡରେ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବେ ସରୋଜ। ଭାଗ୍ୟ ସାଥୀ ଦେଲେ କୋଟିପତି ହୋଇ ସରୋଜ ଫେରି ପାରନ୍ତି। ଏହା ଯଦି ବାସ୍ତବରେ ପରିଣତ ହୁଏ ତେବେ ୨୦୧୩ ମସିହା ପରେ ରାଜସ୍ତାନର ଉଦୟପୁର ପାଇଁ ଦ୍ବିତୀୟ ସଫଳତା ହେବ। ୨୦୧୩ ମସିହାରେ ରାଜସ୍ତାନର ଜଣେ ଶିକ୍ଷକ ତାଜ ମହମ୍ମଦ ରଙ୍ଗରେଜ କେବିସି ସୋ ରେ  ଏକ କୋଟି ଟଙ୍କା ଜିତିଥିଲେ। ସେହିପରି ସରୋଜ ମଧ୍ୟ ଜଣେ ଶିକ୍ଷୟତ୍ରୀ ହୋଇଥିବାରୁ ତାଙ୍କ ଉପରେ ସମସ୍ତେ ବିଶ୍ବାସ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, କେବିସ ‘ସୋ’ ରେ ପହଞ୍ଚିଥିବା ସରୋଜ ସିସୋଦିୟା ଉଦୟପୁରର ସେକ୍ଟର ୧୪ରେ ରହନ୍ତି। ସେଣ୍ଟ ଏନ୍ଥୋନୀ ସିନିୟର ସେକେଣ୍ଡାରୀ ସ୍କୁଲ​‌ରେ ପ୍ରାୟ ୫ବର୍ଷ ହେବ ସରୋଜ ପିଲାମାନଙ୍କୁ ପଢ଼ାଉଛନ୍ତି। ଏନେଇ ସ୍କୁଲର ପ୍ରିନ୍ସିପାଲ ଓ୍ବିଲିୟମ ଡିସୁଜା କହିଛନ୍ତି ଯେ, କେବିସିର ‘ସୋ’ ରେ ସରୋଜ ପହଞ୍ଚିବା ସ୍କୁଲ ପାଇଁ ଗୌରବର କଥା। ଚଳିତ କେବିସି ସିଜିନ ପାଇଁ ୧୩୦ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ୪ ଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ସରୋଜଙ୍କୁ ଚୟନ କରାଯାଇଥିଲା। ସରୋଜଙ୍କ ସ୍ବାମୀ ମହେନ୍ଦ୍ର ସିଂହ ଜଣେ ବ୍ୟବସାୟୀ। ସରୋଜଙ୍କର ଦୁଇଟି ସନ୍ତାନ ଅଛନ୍ତି।

   Related Posts