Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସରୋଜ ଖାନଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ୍ ,ସେହି ଷ୍ଟାରଙ୍କ ପାଇଁ ଥିଲା ଯିଏ ସମସ୍ତଙ୍କୁ ଭାବୁକ କରିଛନ୍ତି…

3/07/2020 at 3:56 PM

ମୁମ୍ବାଇ ୩/୭: ବଲିଉଡର ଦିଗ୍ଗଜ କୋରିଓଗ୍ରାଫର ସରୋଜ ଖାନଙ୍କୁ ଗୁରୁବାର ରାତିରେ ହୃଦଘାତ ହେବାରୁ ପରଲୋକ ହୋଇଯାଇଛି। ତାଙ୍କୁ ୭୧ବର୍ଷ ହୋଇଥିଲା। ସେ ଜୁନ୍ ୧୪ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ସମୟରେ ଶେଷ ଥର ଇନଷ୍ଟାଗ୍ରାମ୍ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଯୁବ ଅଭିନେତାଙ୍କ ଅସମୟ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ।

ସୁଶାନ୍ତଙ୍କ ପାଇଁ ସେ ନିଜ ପୋଷ୍ଟରେ ଲେଖିଥିଲେ,‘ସୁଶାନ୍ତ ସିଂହ ରାଜପୁତ ମୁଁ କେବେ ଆପଣଙ୍କ ସହ କାମ କରିନାହିଁ,କିନ୍ତୁ ଆମେ ଅନେକ ଥର ଭେଟିଛୁ। ଆପଣଙ୍କ ଜୀବନରେ କ’ଣ ସମସ୍ୟା ଥିଲା? ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି ଯେ ଆପଣ ନିଜ ଜୀବନରେ ଏତେ କଠୋର ନିଷ୍ପତ୍ତି ନେଲେ। ଆପଣ ନିଜ ଗୁରୁଜନଙ୍କ ସହ ବି କଥା ହୋଇପାରିଥାନ୍ତେ ଯିଏ ଆପଣଙ୍କ ସାହାଯ୍ୟ କରିଥାନ୍ତେ ଏବଂ ଆମେ ଆପଣଙ୍କୁ ଖୁସି ଥିବାର ଦେଖି ପାରିଥାନ୍ତୁ।’

ଆଗକୁ ସେ ଲେଖିଛନ୍ତି ଯେ ,‘ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ମୁଁ ଜାଣି ନାହିଁ ଯେ ଆପଣଙ୍କ ବାପା ଏବଂ ଭଉଣୀଙ୍କ ମନର ଅବସ୍ଥା ଏବେ କିପରି ଥିବ। ଏବେ ଆପଣଙ୍କୁ ମୋ ତରଫରୁ ସମ୍ବେଦନା ଏବଂ ଶକ୍ତି। ମୁଁ ଆପଣଙ୍କୁ ଆପଣଙ୍କ ସବୁ ଫିଲ୍ମରେ ପ୍ରେମ ଦେଇଥିଲି ଏବଂ ସବୁବେଳେ ଭଲ ପାଉଥିବି। ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’

   Related Posts