ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଗର୍ଜିଲେ କୋରିଓଗ୍ରାଫର ସରୋଜ ଖାନ୍ : କହିଲେ, ପଦ ଓ କ୍ଷମତାର ଫାଇଦା ଉଠାଇ ଡ୍ୟାନ୍ସରଙ୍କୁ କରୁଛନ୍ତି ଶୋଷଣ

Published By : Prameya-News7 Bureau | January 18, 2020 IST

ମୁମ୍ବାଇ ୧୮/୧: ସିନେମା ଜଗତର ଦୁଇ ପ୍ରସିଦ୍ଧ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାନ୍ ଏବଂ ଗଣେଶ ଆଚାର୍ଯ୍ୟଙ୍କ ମଧ୍ୟରେ ଏବେ ବିବାଦର ସ୍ଥିତି ଦେଖିବାକୁ ମିଳିଛି। ସିନେ ଡ୍ୟାନ୍ସର ଏସୋସିଏସନର ସଦସ୍ୟ ଏବଂ ବ୍ରାଣ୍ଡ ଆମ୍ବାସାଡର ସରୋଜ ଖାନ୍,ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ପଦର ଅପବ୍ୟବହାର କରି ଡ୍ୟାନ୍ସରଙ୍କୁ ଭ୍ରମିତ କରୁଛନ୍ତି ଏବଂ ସିଡିଏ ଭଳି ପୁରୁଣା ଆସୋସିଏସନକୁ ବରବାଦ କରିବା ପାଇଁ ସେ ଅଲ୍ ଇଣ୍ଡିଆ ଫିଲ୍ମ ଟେଲିଭିଜନ ଇଭେଣ୍ଟସ୍ ଡ୍ୟାନ୍ସର ଆସୋସିଏସନ ସ୍ଥାପନ କରିଛନ୍ତି।

{"id":212821,"sizeSlug":"large"}

 ଏହି ମୁଦ୍ଦାକୁ ନେଇ ସିଡିଏ ଜାନୁୟାରୀ ୧୬ ତାରିଖରେ ଏକ ପ୍ରେସ୍ କନଫରେନ୍ସ ଆୟୋଜିତ କରାଯାଇଥିଲା ଯେଉଁଥିରେ ସରୋଜ ଖାନ୍ କହିଥିଲେ, ଗଣେଶ ଏହି ଆସୋସିଏସନକୁ ବାଣ୍ଟିବାକୁ ଚାହୁଁଛନ୍ତି ଯାହା ଭୁଲ୍। ସେ ତାଙ୍କ ଡ୍ୟାନ୍ସରଙ୍କୁ ବହୁତ କଷ୍ଟରେ ୪୦୦୦ଟଙ୍କାରେ ପାରିଶ୍ରମିକ ଦେଉଛନ୍ତି କିନ୍ତୁ ଗଣେଶ ଡ୍ୟାନ୍ସରଙ୍କୁ ୧୨୦୦ରୁ ୩୦୦୦ଟଙ୍କାରେ କାମ କରିବାକୁ ବାଧ୍ୟ କରୁଛନ୍ତି।

{"id":212822,"sizeSlug":"large"}

ଏଥିପାଇଁ ସେ ବଡ଼ ବଡ଼ କୋରିଓଗ୍ରାଫରଙ୍କ ସହ କଥା ହେବା ପାଇଁ ଆମନ୍ତ୍ରିତ କରିବେ। ଏମାନଙ୍କ ମଧ୍ୟରେ ରେମୋ ଡିସୁଜା,ଫରାହ ଖାନ୍ ଏବଂ ଅହମଦ ମଧ୍ୟ ସାମିଲ ଅଛନ୍ତି। ସେମାନେ ଆସି ଏହି କଥା ବିଷୟରେ ଆଲୋଚନା କରିବେ। ଏଥିରେ ସେ ସମସ୍ତଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ସେ ଗଣେଶଙ୍କୁ ଫୋନ୍ କଲେ ସେ ଫୋନ୍ ଉଠାଇ କାଟି ଦେଉଛନ୍ତି। ସେ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ସେ ସିଡିଏକୁ ବରବାଦ କରି ତାଙ୍କୁ ଅସମ୍ମାନ କରୁଛନ୍ତି।

{"id":212823,"sizeSlug":"large"}

ନୂଆ ଆସୋସିଏସନରେ ଗଣେଶ ତାଙ୍କ ନିଜ ଲୋକଙ୍କୁ ବସାଇଛନ୍ତି। ଡ୍ୟାନ୍ସର ଏବଂ କୋରିଓଗ୍ରାଫରଙ୍କ ନାଁରେ ଯେଉଁ ଶୋ ସେ କରୁଛନ୍ତି ତାହାର ଟଙ୍କା ସେ ନିଜେ ରଖୁଛନ୍ତି। ସରୋଜ ଖାନ୍ ଆଗକୁ କହିଛନ୍ତି ,‘ ଏଥିପାଇଁ ସେ ଅକ୍ଷୟ କୁମାର,ବରୁଣ ଧଓ୍ବନ,ଐଶ୍ବର୍ଯ୍ୟା ରାୟ ଏବଂ ମାଧୁରୀ ଦୀକ୍ଷିତ ଭଳି ବଡ଼ ଷ୍ଟାରଙ୍କ ନିକଟକୁ ଯିବେ। ଗଣେଶ ତାଙ୍କର କେତେକ ବଛାବଛା ଲୋକଙ୍କ ପାଇଁ ୯୦୦ଜଣଙ୍କ ପେଟକୁ ଗୋଇଠା ମାରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ୍। ସେ ଦାବି କରିଛନ୍ତି ଯେ ଗଣେଶ ତାଙ୍କ ନୂଆ ଆସୋସିଏସନକୁ ତୁରନ୍ତ ଭଙ୍ଗ କରନ୍ତୁ। ସେ ସବୁବେଳେ ଡ୍ୟାନ୍ସରଙ୍କ ପାଇଁ ଛିଡ଼ା ରହିବେ।

{"id":212824,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.