ସରକାରୀ ଆବାସ ସାତ ସପନ: ପାଇଖାନାରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଅସହାୟ ଜୀବନ

Published By : Prameya-News7 Bureau | February 24, 2020 IST

ତେଲିପୁଟ୨୪/୨: ପ୍ରଧାନମନ୍ତ୍ରୀ ଆବାସ ଯେ।ଜନା ନାଁରେ ପାଣି ଭଳି ଖର୍ଚ୍ଚ ହେଉଛି ପଇସା । କିନ୍ତୁ ଘର ଖଣ୍ଡେ ନଥିବାରୁ ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି । ରେ।ଷେଇ ଠାରୁ ଖାଇବା, ସବୁ କିଛି ଚାଲିଛି ପାଇଖାନାରେ। ପ୍ରଶାସନ ପାଖକୁ ବାରମ୍ବାର ଧାଇଁ ନୟାନ୍ତ ହେବା ପରେ ଏବେ ପାଇଖାନାରେ ଜୀବନ ଜିଉଁଛନ୍ତି ଜୟପୁର ତେଲିପୁଟ ଗାଁର ତିଳୋତ୍ତମା ଓ ମଧୁ ହରିଜନ।

{"id":228723,"sizeSlug":"large"}

ପାଇଖାନା ପାଲଟିଛି ଆଶ୍ରୟ ସ୍ଥଳ। ପାଇଖାନା ଭିତରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଅସହାୟ ଜୀବନ। ଏହାରି ମଧ୍ୟରେ ଜୀବନ କାଟୁଛନ୍ତି ଜୟପୁର ତେଲିପୁଟର ବୃଦ୍ଧ ଦମ୍ପତ୍ତି  ତିଳୋତ୍ତମା ଓ ମଧୁ ହରିଜନ। ରୋଷେଇ ଠାରୁ ଆରମ୍ଭ ଖାଇବା ପିଇବା ଓ ଶୋଇବା ସବୁ କିଛି ଚାଲିଛି ଏହି ପାଇଖାନା ମଧ୍ୟରେ। ସରକାରୀ ଘର ଖଣ୍ଡ ପାଇଁ ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ପାଇଖାନା ପାଲଟିଛି ସ୍ଥାୟୀ ଠିକଣା। ୬ ମାସ ତଳେ ମେଘ ପବନରେ ଘର ପାଖରେ ଥିବା ଗଛଟିଏ ଏମାନଙ୍କ ଘର ଉପରେ ପଡି ଯାଇଥିଲା।ଆଉ ଏଥିରେ ଏମାନଙ୍କ ଚାଳ ଛପର ମାଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା।ସେବେଠୁ ପାଇଖାନା ଭିତରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ଏହି ବୃଦ୍ଧ ଦମ୍ପତି।

{"id":228724,"sizeSlug":"large"}

ତିଳୋତ୍ତମା କି ମଧୁ ହରିଜନ ନୁହଁ । ଏହି ଗାଁର ଅନେକ ଲୋକ ଆବାସ ଯୋଜନାରେ ଘର ପାଇନଥିବା ଅଭିଯୋଗ କରିଛନ୍ତି। ଗାଁର ଧନ ହରିଜନଙ୍କ ଘର ଉପରେ ବି ଗଛ ପଡି ଯାଇଥିଲା।ଆଉ ଏହା ପରେ ଦେଖନ୍ତୁ ତାଙ୍କ ଘରର ଅବସ୍ଥା।ଘର ଉପରୁ ଚାଳ ଛପର ଉଡି ଯାଇଥିବା ବେଳେ ଘର ଭିତରକୁ ସୂର୍ଯ୍ୟ ଚନ୍ଦ୍ର ଦିଶୁଛି । ଆଉ ଘର ବଦଳରେ ପଲିଥିନ ଖଣ୍ଡେ ଦେଇ କାମ ସାରି ଦେଇଛି ପ୍ରଶାସନ। ତେଣୁ ବର୍ଷା ହେଉ କି ଖରା,ଖୋଲା ଆକାଶ ତଳେ ଏପରି ଦୟନୀୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଏମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.