Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କରୋନା ଟିକା ତିଆରି ପାଇଁ ଅତି କମ୍‌ରେ ୫ ଲକ୍ଷ ସାର୍କଙ୍କୁ ମାରିବାକୁ ବିଶେଷଜ୍ଞଙ୍କ ତଥ୍ୟରେ ସାର୍କ ସୁରକ୍ଷା ଆନ୍ଦୋଳନକାରୀ କ୍ଷୁବ୍ଧ

1/10/2020 at 7:13 PM

ଭୁବନେଶ୍ୱର, ୦୧ ।୧୦:  କେତେ ଶୀଘ୍ର କରୋନା ଟିକା ଆସିବ ଏବଂ ଏହି କରୋନା କଷ୍ଟରୁ ମୁକ୍ତି ମିଳିବ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ତେବେ କିଛି ବିଶେଷଜ୍ଞ ଏମିତି କିଛି ତଥ୍ୟ ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ହୁଏତ ଦୁଇଥର ଟିକା ନେବେ କି ନ ନେବେ ଦୁଇଥର ଭାବିବେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତିକି ପରିମାଣରେ କରୋନା ଟିକା ଆବଶ୍ୟକ ସେତିକି ଟିକା ପ୍ରସ୍ତୁତି ପାଇଁ ଅତି କମରେ ୫ ଲକ୍ଷ ସାର୍କଙ୍କୁ ମାରିବାକୁ ପଡ଼ିବ।

ମଣିଷକୁ କରୋନା କବଳରୁ ସୁରକ୍ଷା ଦେବା ଲାଗି କଣ ୫ ଲକ୍ଷ ସାର୍କ ସେମାନଙ୍କ ଜୀବନ ଦାନ କରିବେ। ବିଶେଷଜ୍ଞମାନେ ଏମିତି କିଛି ତ କହୁଛନ୍ତି । ଏଭଳି କଥା ଶୁଣି ସାର୍କ ସୁରକ୍ଷା ଆନ୍ଦୋଳନକାରୀମାନେ ଚିହିଁକି ଉଠିଲେଣି। ପ୍ରତ୍ୟେକ ଟିକାରେ ଏକ ଉପଦାନ ଥାଏ ଯାହା କି ଟିକାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିଥାଏ ତାହା ହେଉଛି ଆଡଜୁଭାଣ୍ଟ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଟିକାର କାର୍ଯ୍ୟକାରିତାକୁ ମଧ୍ୟ ବଢ଼ାଇଥାଏ। ଏହି ଆଡଜୁଭାଣ୍ଟ ଯୋଗୁଁ ହିଁ ଟିକା ଶରୀରରେ ଅଧିକରୁ ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିଥାଏ। ଏମିତି ଏକ ଆଡଜୁଭାଣ୍ଟ ହେଲା ସ୍କ୍ବାଲିନ।  ଏହି ସ୍କ୍ବାଲିନ ହେଉଛି ଏକ ପ୍ରାକୃତିକ ତେଲ ଯାହା ସାର୍କ ମାଛରୁ ମିଳିଥାଏ । ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ବହୁଗୁଣାରେ ବଢ଼ାଇବ ଏବଂ ଏହା କରୋନା ସମେତ ଅନ୍ୟ ରୋଗଠାରୁ ମଧ୍ୟ ସୁରକ୍ଷା ଦେବ ।  ବର୍ତ୍ତମାନ ବିଶ୍ବର ପ୍ରତିଟି ମଣିଷକୁ କରୋନା ଟିକା ଦିଆଗଲେ ପ୍ରଥମ ପର୍ଯ୍ୟାୟରେ ଅଢ଼େଇ ଲକ୍ଷ ସାର୍କଙ୍କ ଠାରୁ ପ୍ରସ୍ତୁତ ସ୍କ୍ବାଲିନ ବ୍ୟବହାର କରିବାକୁ ପଡ଼ିବ।  ଦ୍ବିତୀୟ ପର୍ଯ୍ୟାୟ ଟିକା ପାଇଁ ଆଉ ଅଢ଼େଇ ଲକ୍ଷ ଏମିତି ମୋଟ ୫ ଲକ୍ଷ ସାର୍କଙ୍କୁ ମାରି ସେମାନଙ୍କଠାରୁ ସ୍କ୍ବାଲିନ ସଂଗ୍ରହ କରିବାକୁ ପଡ଼ିବ। ଅବଶ୍ୟ ଏହି ସ୍କ୍ବାଲିନ ଅନ୍ୟ ପ୍ରାଣୀଙ୍କ ଲିଭର ଠାରୁ ମଧ୍ୟ ମିଳିଥାଏ କିନ୍ତୁ ଔଷଧ ପାଇଁ ଆବଶ୍ୟକ ହେଉଥିବା ସ୍କ୍ବାଲିନ ବେଶୀ ମାତ୍ରାରେ ସାର୍କଠାରୁ ହିଁ ସଂଗ୍ରହ କରାଯାଉଛି।  

ବିଶେଷ କରି ଗଲ୍ପର ସାର୍କ ଏବଂ ବାସ୍କିଙ୍ଗ ସାର୍କ ଯେଉଁମାନଙ୍କ ଠାରେ ଏହି ସ୍କ୍ବାଲିନ ଅଧିକ ମାତ୍ରାରେ ରହିଛି ସେମାନଙ୍କୁ ଶିକାରୀମାନେ ଟାର୍ଗେଟ କରୁଛନ୍ତି। ଔଷଧ ତିଆରି ଲାଗି ଏହି ପ୍ରଜାତିର ସାର୍କଙ୍କର ବ୍ୟାପକ ଶିକାର କରାଯାଉଛି, ଯେଉଁଥିପାଇଁ ଏହି ସାର୍କଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଯେମିତି ବଣ୍ୟ ଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରକଳ୍ପ ମାନ କର୍ଯ୍ୟ କରାଯାଉଛି ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି ସେମିତି ମଧ୍ୟ ସାର୍କ ସଂଖ୍ୟା ବୃଦ୍ଧି ପାଇଁ କିଛି ପ୍ରକଳ୍ପ କାର୍ଯ୍ୟ କରୁଛି। କିନ୍ତୁ ଯେଉଁମାତ୍ରାରେ ସାର୍କ ହତ୍ୟା କରାଯାଉଛି ତାହା ଏହି ବିରଳ ସ୍ତନ୍ୟପାୟୀଙ୍କ ସତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଆଉ କରୋନା ସମୟରେ ତ ସମସ୍ତଙ୍କ ମୁହଁରେ ଦାବି ଯେତେ ଶୀଘ୍ର ହୋଇପାରୁଛି ଟିକା ବାହାର କର।

ଏଭଳି ସ୍ଥିତିରେ ବୈଜ୍ଞାନିକମାନେ ଖୁବ ଚାପରେ ରହିଛନ୍ତି କେମିତି ସମୟ ପୂର୍ବରୁ ଟିକା ବାହାର କରାଯାଇପାରିବ। କିନ୍ତୁ ଏଥିପାଇଁ ଏତେ ସଂଖ୍ୟାରେ ସାର୍କ ଲିଭର ଅଏଲ ବ୍ୟବହାର କରିବା ଅପେକ୍ଷା ଏହାର ବିକଳ୍ପ ବ୍ୟବହାର ପାଇଁ ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି । ଆଖୁ ରସରୁ ମିଳୁଥିବା ସ୍କ୍ବାଲିନକୁ ମଧ୍ୟ ବ୍ୟବହାର ପାଇଁ ଏମାନେ ଚିନ୍ତା କରୁଛନ୍ତି। ତେଣୁ ପ୍ରାଣୀ ସୁରକ୍ଷା ଆନ୍ଦୋଳନକାରୀଙ୍କ ଦାବି ଯାହାବି ହେଉ କିନ୍ତୁ ଏକ ବିରଳ ପ୍ରାଣୀର ହତ୍ୟାକୁ ପ୍ରୋତ୍ସାହିତ କରାନଯାଉ।

   Related Posts