Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଆମେରିକାରେ ବଢ଼ିଲା ଭାରତର ଗୌରବ : ପ୍ରବାସୀ ଭାରତୀୟ ସରିତା କୋମାତି ରେଡ୍ଡୀ ହେଲେ ଜିଲ୍ଲା ଜଜ୍

6/05/2020 at 4:44 PM

ୱାସିଂଟନ ୦୬/୦୫ : ଭାରତ ପାଇଁ ପୁଣି ଏକ ଗୌରବ କଥା | ବିଦେଶରେ ରହୁଥିବା ଭାରତୀୟ ବିଭିନ୍ନ କ୍ଷେତ୍ରରେ ଦେଶର ଗୌରବ ବୃଦ୍ଧି କରୁଛନ୍ତି | ଦେଶର ଆଉ ଜଣେ ଝିଅ ପୁଣି ଥରେ ବିଦେଶରେ ଦେଶର ସମ୍ମାନ ବଢ଼ାଇଛନ୍ତି | ନ୍ୟୁୟର୍କରେ ପ୍ରବାସୀ ଭାରତୀୟ ସରିତା କୋମାତି ରେଡ୍ଡୀ ସଂଘୀୟ ଅଦାଲତର ନ୍ୟାୟାଧୀଶ ପଦବୀରେ ନିଯୁକ୍ତ ହୋଇଛନ୍ତି|

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ନ୍ୟୁୟର୍କରେ ଏକ ସଂଘୀୟ ଅଦାଲତରେ ସରିତା କୋମାତି ରେଡ୍ଡୀଙ୍କୁ ଜିଲ୍ଲା ଜଜ ପଦବୀରେ ନିଯୁକ୍ତ କରିଛନ୍ତି | ଚଳିତ ବର୍ଷ ଫେବୃଆରୀ ୧୨ ତାରିଖରେ ଟ୍ରମ୍ପ ନ୍ୟୁୟର୍କର ପୂର୍ବାଞ୍ଚଳ ଜିଲ୍ଲା ପାଇଁ ସଂଯୁକ୍ତ ରାଜ୍ୟର ଜିଲ୍ଲା ନ୍ୟାୟାଧୀଶ ଭାବେ କାମ କରିବେ ବୋଲି ଘୋଷଣା କରିଥିଲେ | 

ହ୍ୱାଇଟ ହାଉସ ସୂଚନା ଦେଇଛି ଯେ, ସୋମବାର ଦିନ ଟ୍ରମ୍ପ ସରିତାଙ୍କ ନାମାଙ୍କନ ପ୍ରକ୍ରିୟାକୁ ଆଗକୁ ବଢାଇବା ସହ ପ୍ରସ୍ତାବକୁ ଆମେରିକା ସିନେଟକୁ ପଠାଇଥିଲେ | ସରିତା କୋମାତି ରେଡ୍ଡୀ କଲମ୍ବିଆ ଆଇନ ସ୍କୁଲରେ ଆଇନ ପାଠ ପଢ଼ାନ୍ତି | ଏହା ପୂର୍ବରୁ ସରିତା ସେହି ଜିଲ୍ଲାର ପୂର୍ବତନ ନ୍ୟାୟାଧୀଶ ବ୍ରେଟ କବନୁଧଙ୍କ ଅଧୀନରେ କାର୍ଯ୍ୟରତ ଥିଲେ | ବର୍ତ୍ତମାନ ସେ ନ୍ୟୁୟର୍କର ପୂର୍ବାଞ୍ଚଳ ଜିଲ୍ଲା ପାଇଁ ସଂଯୁକ୍ତ ରାଜ୍ୟ ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟରେ ସାଧାରଣ ଅପରାଧ ବିଭାଗର ଉପମୁଖ୍ୟ ଅଛନ୍ତି |  

୨୦୧୮ ମସିହା ଜୁନ ମାସରୁ ୨୦୧୯ ମସିହା ଜାନୁଆରୀ ପର୍ଯ୍ୟନ୍ତ ସରିତା କୋମାତିରେଡ୍ଡୀ ଅନ୍ତରାଷ୍ଟ୍ରୀୟ ନାରକୋଟିକ୍ସ  ଏବଂ ମାନି ଲଣ୍ଡ୍ରିଙ୍ଗ ବିଭାଗର ଉପମୁଖ୍ୟ ଥିଲେ | ଏହାସହ ୨୦୧୬ ମସିହାରୁ ୨୦୧୯ ମସିହା ମଧ୍ୟରେ ସେ କମ୍ପ୍ୟୁଟର ହ୍ୟାକିଙ୍ଗ ଏବଂ ବୋୖଦ୍ଧିକ ସମ୍ପତ୍ତି ସମନ୍ୱୟ ବିଭାଗର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ |

   Related Posts