Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

୩୦୦ ଯୁବତୀ ଓ ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ତା’ପରେ ବ୍ଲାକମେଲିଂ : ବିଟେକ୍ ଡ୍ରପ୍ ଆଉଟରୁ ଯୌନ ରାକ୍ଷାସ

3/08/2021 at 11:42 AM

ହାଇଦ୍ରାବାଦ,୦୩/୦୮: ସି ପ୍ରସନ୍ନ କୁମାର ନାମକ ଜଣେ ୨୩ ବର୍ଷୀୟ ଯୁବକ ୩୦୦ ମହିଳା ଏବଂ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର ପ୍ରୋଡଟୁର ସହରରେ ରହୁଥିବା ପ୍ରସନ୍ନଙ୍କୁ ପୁଲିସ ଗିରଫ କରିଛି । ସେ ଯୁବତୀ ଏବଂ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ଏହାର ଫଟୋ ଏବଂ ଭିଡିଓ କରି ରଖୁଥିଲା । ପରେ ଏହାକୁ ଦେଖାଇ ବ୍ଲାକ୍‌ ମେଲିଂ କରିବା ସହ ସେମାନଙ୍କ ପାଖରୁ ଲକ୍ଷ-ଲକ୍ଷ ଟଙ୍କା ଆଦାୟ କରୁଥିଲା ।

ପ୍ରସନ୍ନର ଶିକ୍ଷାଗତ ଯୋଗ୍ୟତା ହେଉଛି ବି.ଟେକ୍‌ ଡ୍ରପ୍‌ ଆଉଟ୍‌ । ୨୦୧୭ରେ ସେ କଲେଜ ପାଠପଢ଼ା ଅଧାରୁ ରଖି ଯୁବତୀ ଓ ମହିଳାମାନଙ୍କୁ ଫସେଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ଧନ୍ଦା ଆରମ୍ଭ କରିଥିଲା । ଏହି ଟଙ୍କାରେ ସେ ଅତ୍ୟନ୍ତ ସୌଖୀନ ଜୀବନ ଜିଉଁଥିଲା । ନିଜର ସୌଖୀନ ଜୀବନଶୈଳୀକୁ ଦେଖାଇ ସେ ଯୁବତୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଉଥିଲା । ପରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଏଭଳି ଭାବେ ୨୦୧୭ରୁ ଏବେ ସୁଦ୍ଧା ସେ ୩୦୦ରୁ ଊଦ୍ଧ୍ୱର୍ ମହିଳା ଓ ଯୁବତୀଙ୍କୁ ଫସେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଏମାନଙ୍କ ମଧ୍ୟରୁ ପାଖାପାଖି ୨୦୦ ଜଣ ଯୁବତୀ ହୋଇଥିବା ବେଳେ ୧୦୦ ଜଣ ମହିଳା ଅଛନ୍ତି । ସେ ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିବାର ଧମକ ଦେଉଥିଲା । ସୋସିଆଲ ମିଡିଆ ଜରିଆରେ ସେ ମହିଳାମାନଙ୍କୁ ଶିକାର ବନାଉଥିଲା । ପୂର୍ବରୁ ୨୦୧୭ରେ ସୁନା ଚୋରି ମାମଲାରେ ପୁଲିସ ତାକୁ ଗିରଫ କରିଥିଲା । କିନ୍ତୁ କିଛି ଦିନ ଜେଲ୍‌ରେ ରହି ବେଲ୍‌ରେ ମୁକୁଳିବା ପରେ ସେ ପୁଣିଥରେ ନିଜର ପୂର୍ବ ଧନ୍ଦା ଆରମ୍ଭ କରିଦେଇଥିଲା । ତେବେ ଗତ ଜୁଲାଇରେ ପୁଲିସ ତାକୁ ଚାକିରି ଜାଲିଆତି ସମ୍ପର୍କିତ ଏକ ମାମଲାରେ ଗିରଫ କରିଥିଲା । ଉକ୍ତ ଘଟଣାରେ ତା’ର ଜେରା କରାଯିବା ସମୟରେ ସେ ମହିଳାମାନଙ୍କୁ ଫସାଇ ଟଙ୍କା ଆଦାୟ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି ।

ପୁଲିସ ସୂଚନା ଅନୁସାରେ, ପ୍ରସନ୍ନ ଅଳ୍ପ ବୟସ୍କ ଯୁବତୀ ଏବଂ ୩୫-୫୦ ବର୍ଷର ମହିଳାମାନଙ୍କୁ ନିଜର ଟାର୍ଗେଟ ବନାଉଥିଲା । କେତେକ ମହିଳାଙ୍କ ନିକଟରୁ ସେ ଲକ୍ଷ-ଲକ୍ଷ ଟଙ୍କା ଆଦାୟ କରିଛି । ମହିଳାମାନେ ଟଙ୍କା ଦେବାକୁ ସକ୍ଷମ ହେଉ ନଥିଲେ ସେମାନଙ୍କ ନିକଟରୁ ସେ ସୁନା ଗହଣା ନେଇ ଆସୁଥିଲା । ଏକକାଳୀନ ଏତେ ଟଙ୍କା ଦେବାକୁ ଅସମର୍ଥ ହେଉଥିବା ମହିଳାମାନେ ମାସକୁ ମାସ କିସ୍ତି ଭାବେ ନିୟମିତ ତାକୁ ଟଙ୍କା ଦେଉଥିଲେ । ତେବେ ବର୍ତ୍ତମାନସୁଦ୍ଧା ଜଣେ ହେଲେ ବି ମହିଳା କିମ୍ବା ଯୁବତୀ ତା’ ବିରୋଧରେ ପୁଲିସ ନିକଟରେ ମୁହଁ ଖୋଲିନଥିଲେ । ପୁଲିସ ପ୍ରସନ୍ନ ନିକଟରୁ ୩୦ ଗ୍ରାମ ସୁନା ଏବଂ ନଗଦ ୧.୨୬ ଲକ୍ଷ ଟଙ୍କା ଜବତ କରିଛି ।

   Related Posts