ଏ ବ୍ୟାଟ୍ ଦେ ଦେ ଠାକୁର…କ’ଣ ପାଇଁ ଏମିତି ଭାବପ୍ରବଣ ହେଲେ କମେଣ୍ଟେଟର ?

Published By : Prameya-News7 Bureau | December 23, 2019 IST

କଟକ ୨୩।୧୨: ବିରାଟ କୋହଲି ଆଉଟ ହେବା ମାତ୍ର ପୁରା ଷ୍ଟାଡିୟମ ସ୍ତବ୍ଧ । କାରଣ ବାରବାଟୀରେ ଏହା ଥିଲା ବିଚାଟଙ୍କ ବଡ ଶୋ । ଅଧିନାୟକ ଖେଳୁଥିଲେ ଅଧିନାୟକ ଇନିଂସ  । ରୋହିତ , ରାହୁଲଙ୍କ ୱିକେଟ ପତନପରେ ବିରଟ ହିଁ ଥିଲେ ଭାରତୀୟ ଦଳର  ବଡ ଭରସା । ତାଙ୍କ ବ୍ୟାଟ୍ ବି ଦେଖାଇଥିଲା ମ୍ୟାଜିକ୍ । ବାଉଣ୍ଡାରୀ ମାରି ବେସ୍‌ ଦମଦାର କ୍ରିକେଟ ଦେଖାଇଥିଲେ । ୩୧୬  ରନ୍ ଟାର୍ଗେଟ୍‌ ପାଖେଇ ଆସୁଥିଲା । ହଠାତ୍ କିନ୍ତୁ ଓଲଟିଗଲା ସ୍ଥିତି ।   ୮୧ ବଲ୍‌ରେ  ୮୫ ରନ୍‌ କରିଥିବା ପଲ୍‌ଙ୍କ ବଲ୍‌ରେ ବୋଲ୍ଡ  ହେଲେ କୋହଲି। ତାପରେ ଘରୋଇ ଦର୍ଶକଙ୍କ ମଧ୍ୟରେ ନିରାଶା । ସେପଟେ କ୍ରିଜ୍‌ରେ ଥିବା ଜାଦେଜା ବି ମୁମ୍ଟରେ ହାତ ଦେଇ ବସିଗଲେ  . କୋହଲିଙ୍କ ରିଆକ୍ସନ, ଜାଡେଜାଙ୍କ ବଡି ଲାଙ୍ଗୁଏଜ୍‌ ଏପଟେ ଦର୍ଶକଙ୍କ ଭାଳେଣି । ୨୪ ରନ୍‌ରେ ବିଜୟ ପାଇଁ  ଦରକାର ଥିଲା ୩୦ । କିନ୍ତୁ କୋହଲି ଆଉଟ । ୱେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣ ଶାଣିତ । ଭ୍ରମଣକାରୀ ଦଳରେ ଉତ୍ସାହ ।  ଏପଟେ ଭାରତ ହାତରୁ ମ୍ୟାଚ୍ ଚାଲିଯିବା ଭଳି ସ୍ଥିତି ।

{"id":201457,"sizeSlug":"large"}

 କିନ୍ତୁ ଚମକେଇ ଦେଲେ ସର୍ଦୁଲ ଠାକୁର । ଘରୋଇ କ୍ରିକେଟ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟିରେ ତାଙ୍କ ଫର୍ମ ଥିଲା ଜୋରଦାର । ବାରବାଟୀରେ ସେ ବନିଗଲେ ଗେମ୍‌ ଚେ଼ଞ୍ଜର । ପ୍ରଥମ ବଲ୍‌ରେ ବାଉଣ୍ଡାରୀ ମାରି ସେ ଦର୍ଶକଙ୍କୁ ଦେଲେ ଜୋସ୍‌ । ତାପରେ ଛକ୍କା । କମ୍ପିଲା ଷ୍ଟାଡିୟମ , ସେପଟେ ଗ୍ୟାଲେରି ବକ୍ସରୁ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରିଆକ୍ସନ  ବି ଥିଲା ପୁରା  ପଜିଟିଭ୍ ।  ସର୍ଦୁଲ ଏବଂ ଜାଦେଜା ହେଲେ ୱିନିଂ କମ୍ବିନେସନ । ୬ ବଲ୍‌ରେ  ୧୭ ରନ୍ କରିଥିବା ଅପରାଜିତ ବ୍ୟାଟ୍ସମ୍ୟାନ୍  ସର୍ଦୁଲ ଠାକୁର ୱେଷ୍ଟଇଣ୍ଡିଜ୍‌ ଠାରୁ ମ୍ୟାଚ୍‌ ଛଡାଇ ଆଣିଲେ । ହେଲେ ଗେମ୍‌ ଚେଞ୍ଜର । କେବଳ ଦର୍ଶକ ନୁହନ୍ତି, ଟେଲିଭିଜନ ଭାଷ୍ୟକାର  ମଧ୍ୟ ହୋଇଗଲେ ଭାବପ୍ରବଣ । ଲୋକପ୍ରିୟ ବଲିଉଡ୍‌ ହିଟ୍‌ର ଡାଏଲଗ୍ ଥିଲା କମେଣ୍ଟେଟରଙ୍କ ମୁହଁରେ , କିଛି ଅଲଗା ଢଙ୍ଗରେ ।  ଏ ବ୍ୟାଟ୍‌ ଦେ ଦେ ଠାକୁର । କମେଣ୍ଟେଟରଙ୍କ  ଏହି  ଶବ୍ଦ ବେସ୍‌ ରୋଚକ ବି ହୋଇଥିଲା । କାରଣ ପ୍ରକୃତରେ  ଠାକୁରଙ୍କ ବ୍ୟାଟ୍‌ ହିଁ  ତ ବର୍ଷିଥିଲା । କମ୍ ସମୟ, କମ୍‌ ବଲ୍ କିନ୍ତୁ ରନ୍‌ ରେଟ ଥିଲା ଆକାଂକ୍ଷିତ । ତାହା ହିଁ ହେଲା । ଗେମ୍‌ ଚେ଼ଞ୍ଜର ଭାବେ  ସର୍ଦୁଲଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌ ସହ ଦମଦାର ସଟ୍‌ ପାଇଁ ପୁରସ୍କୃତ କରାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.