Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସର୍ବେଶ୍ବରଙ୍କୁ ସବୁ ଜଣା ! ବିଧାୟକଙ୍କ ପାଖ ଲୋକ, ଭାବି ଜ୍ବାଇଁଙ୍କୁ ଦେଉଥିଲେ ଚାକିରୀ ଆଶାୟୀଙ୍କ ତଥ୍ୟ

8/12/2020 at 4:29 PM

ଭୁବନେଶ୍ବର ୮।୧୨: ଫିଟୁଛି ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ ଗୁମର । ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍‌ ପିଟର୍‌ଙ୍କ ବୟାନ ପରେ ଅନେକ ଗୁମର ଫିଟିବାରେ ଲାଗିଛି । ଡେଭିଡ୍‌ଙ୍କ ବୟାନ ଅନୁସାରେ ଆକାଶଙ୍କୁ ଚାକିରୀ ଆଶାୟୀଙ୍କ ତଥ୍ୟ ଦେଉଥିଲେ ଅବସରପ୍ରାପ୍ତ ପ୍ରଫେସର ଭି. ସର୍ବେଶ୍ବର ରାଓ। ସର୍ବେଶ୍ବର ହେଉଛନ୍ତି ପ୍ରଦୀପଙ୍କ ପାଖଲୋକ । ଡେଭିଡଙ୍କ ବୟାନ ପରେ ଏବେ ସର୍ବେଶ୍ବର ରାଓ କ୍ରାଇମବ୍ରାଞ୍ଚ ନଜରକୁ ଆସିଥିବା ଜଣାପଡିଛି ।

ସୂଚନା ଅନୁସାରେ ସର୍ବେଶ୍ବର ରାଓଙ୍କ ନିକଟରେ ରାଜ୍ୟର ଅନେକ କଲେଜର ଡାଟାବେସ୍‌ ରହିଥିଲା । ମୋଟା ଅଙ୍କର ଟଙ୍କା ନେଇ କ୍ୟାମ୍ପସ ଇଣ୍ଟରଭ୍ୟୁରେ ଚାକିରୀ ପାଇନଥିବା ଯୁବକ ଯୁବତୀଙ୍କ ତାଲିକା ପିଟରଙ୍କ ପାଖକୁ ପଠାଉଥିଲେ ସର୍ବେଶ୍ବର । ସେମାନଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ଆକାଶ । ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସର୍ବେଶ୍ବର ରାଓଙ୍କୁ ଏଥିରେ ସହଯୋଗ କରୁଥିଲେ ।

ଛତ୍ରପୁର ନିକଟ ତ୍ରିପତିରାଓପେଟା ଅଞ୍ଚଳର ସର୍ବେଶ୍ବର ରାଓ ୧୯୮୦ମସିହାରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ୧୯୯୨ରେ କିଛି ଦିନ ପାଇଁ ନୂଆପଡା କଲେଜକୁ ତାଙ୍କ ବଦଳି ହୋଇଥିଲା। ଅଳ୍ପ ଦିନ ପରେ ସେ ପୁଣି ଦିଗପହଣ୍ଡି ମହାବିଦ୍ୟାଳୟକୁ ଫେରିଥିଲେ। ପୁଣି ସେଠାରୁ ବ୍ରହ୍ମପୁର ସିଟି କଲେଜକୁ ବଦଳି ହୋଇ ଆସିଥିଲେ ।  ସିଟି କଲେଜ ଅଧ୍ୟକ୍ଷ ଭାବେ ୨୮.୧.୨୦୧୧ରୁ ୩୦.୯.୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ସେତେବେଳେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଥିଲେ । ସର୍ବେଶ୍ବର ଶାସକ ବିଜେଡି ଦଳ ତଥା ଗୋପାଳପୁର ବିଧାୟକଙ୍କ ନିକଟତର ହୋଇଥିଲେ। ଅବସର ପରେ ସେ ବିଧାୟକଙ୍କ ସହ ରହିଥିଲେ। ୨୦୧୪ରେ ପ୍ରଦୀପ ଉଚ୍ଚଶିକ୍ଷା ମନ୍ତ୍ରୀ ହେବା ପରେ ତାଙ୍କ ପରାମର୍ଶଦାତା ଭାବେ ସର୍ବେଶ୍ବରଙ୍କ କ୍ଷମତା ବି ବଢିଥିଲା । ଜିଲ୍ଲାରେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ଖାସ୍‌ ଲୋକ ଭାବେ ପରିଚିତ ଥିଲେ । 

ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପୂର୍ବରୁ ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପ୍ରଥମ ଦିନର ଜେରାରେ ସର୍ବେଶ୍ବର ରାଓଙ୍କୁ ପଚରାଉଚୁରା କରି ଛାଡି ଦେଇଥିଲା । ମାତ୍ର ଡେଭିଡ୍ଙ୍କ ବୟାନ ପରେ ତାଙ୍କୁ ଗିରଫ କରିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ ।

   Related Posts