Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ରାଫେଲର ସର୍ବଧର୍ମ ପୂଜା: ଏକାଥରେ ଗୁଞ୍ଜରଣ ହେଲା ‘ମନ୍ତ୍ର-ପ୍ରାର୍ଥନା’ ଓ ‘ଜୋ ବୋଲେ ସୋ ନିହାଲ୍…’

10/09/2020 at 12:41 PM

ନୂଆଦିଲ୍ଲୀ ୧୦/୦୯ : ଆମ୍ବୁଲ ଏୟାରବେଶରେ ଗୁରୁବାର ଦିନ ଆୟୋଜିତ ସମାରୋହରେ ୫ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି | ଏହି ସମୟରେ ରାଫେଲ ବିମାନ ଏୟାର ଶୋ’ କରିଥିଲେ | ଏହି ସମୟରେ ପାରମ୍ପରିକ ସର୍ବ ଶର୍ମା ପୂଜା କରାଯାଇଥିଲା |

ଧର୍ମଗୁରୁ ଦେଶର ଶାନ୍ତି ପାଇଁ ଓ ଯବାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ | ପ୍ରଥମେ ମନ୍ତ୍ର ଉଚ୍ଚାରଣ କରି ପୂଜାରୀ ପ୍ରକ୍ରିୟା ଆରମ୍ଭ କରିଥିଲେ | ଏହାପରେ ମୁସଲିମ ଧର୍ମଗୁରୁ ମଧ୍ୟ ମନ୍ତ୍ର ପଢିଥିଲେ | ଯବାନଙ୍କୁ ଶକ୍ତି ଦେବା ପାଇଁ ମୁସଲିମ ଧର୍ମଗୁରୁ ପ୍ରାର୍ଥନା କରିଥିଲେ | ଏହାସହ ଆଲ୍ଲା ଦେଶର ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ |

ଶିଖ ଧର୍ମଗୁରୁ ବାୟୁସେନାର ସଫଳତା ପାଇଁ ଅରଦାସ ଓ ବାୟୁସେନାର ଶକ୍ତି ବଢାଇବା ପାଇଁ ବାହେଗୁରୁଙ୍କୁ ପ୍ରାର୍ଥନା କରିଥିଲେ | ଅରଦାସ ଅନ୍ତରେ ଶିଖ ଧର୍ମଗୁରୁ ‘ଜୋ ବୋଲେ ସୋ ନିହାଲ’ ଜୟଘୋଷ କରିଥିଲେ | ଶେଷରେ ଈସାଈ ଧର୍ମଗୁରୁ ବାଇବେଲର କିଛି ପଂକ୍ତି ପଢିଥିଲେ | ନୂଆ ଅସ୍ତ୍ର ସହ ସେନାର ଶକ୍ତି ବୃଦ୍ଧି ପାଉ ଏବଂ ଦେଶ ବିଜୟୀ ହେଉ ବୋଲି ସେ ପ୍ରାର୍ଥନା କରିଥିଲେ | 

   Related Posts