Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରେ ସାରଥିଙ୍କ ପାଇଁ ଦାଖଲ ହେଲା ବେଲ୍‌ବଣ୍ଡ, କିଛି ସମୟ ପରେ ବାହାରିବେ ଚୌଦ୍ବାର ଜେଲ୍‌ରୁ

25/07/2019 at 4:35 PM

କେନ୍ଦ୍ରାପଡା ୨୫|୭: ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥିଙ୍କ ଜାମିନ ପ୍ରକ୍ରିୟା ଆରମ୍ଭହୋଇଛି । ଆଜି ସନ୍ଧ୍ୟାରେ ସାରଥି ଚୌଦ୍ରାର ଜେଲରୁ ବାହାରିବା ବାଟ ସଫା ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଳ କୋର୍ଟରେ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ସାରଥୀଙ୍କ ବେଲ ବଣ୍ଡ ଦାଖଲ ହୋଇଛି । ଦୁଇ ଜାମିନଦାର ଓ ଦୁଇ ଲକ୍ଷ ଟଙ୍କାର ଭୂସମ୍ପତ୍ତି କାଗଜପତ୍ର ଦାଖଲ ହୋଇଛି । ଦୁଇ ଜଣ ଜାମିନଦାର ହେଉଛନ୍ତି ପରିଚିତ ମିଶ୍ର ଏବଂ ପ୍ରଶାନ୍ତ କୁମାର ଦାସ । ତେବେ ଜାମିନ ଦେବା ପୂର୍ବରୁ କେନ୍ଦ୍ରାପଡା ଏସଡିଜେଏମ ସାରଥିଙ୍କ ପାଇଁ ପୁଣି ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି । ସର୍ତ୍ତ ହେଉଛି ମାମଲା ନସରିବା ପର୍ଯ୍ୟନ୍ତ କୋର୍ଟଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ବେଳେ ହାଇକୋର୍ଟ କହିଥିଲେ ଯେ, ଚାହିଁଲେ ତଳ କୋର୍ଟ ମଧ୍ୟ ସାରଥିଙ୍କ ଜାମିନ ପାଇଁ ସର୍ତ୍ତ ରଖିପାରିବେ । ଏସଡିଜେଏମ କୋର୍ଟରେ ଏହି ପ୍ରକ୍ରିୟା ସରିବା ପରେ ଆଜି ସାରଥିଙ୍କୁ ଚୌଦ୍ବାର ଜେଲରୁ ଛଡାଯିବ ।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥିଙ୍କୁ ତିନୋଟି ମାମଲାରେ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୂର୍ବରୁ ସାରଥିଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାବେଳେ ଏହି ତୃତୀୟ ମାମଲାରେ ଗତ ସୋମବାର ଦିନ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମର ଜଣେ ଅନ୍ତେବାସିନୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ।

   Related Posts