ରାଜ୍ୟ ବାହାରେ ସାରଥି, ବାରିମୂଳ ଆଶ୍ରମକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲିବାକୁ ହେଲାଣି ଦାବି, ଇଡି ଲଗାଇଲେ ଜବତ ସମ୍ପତ୍ତିର ତାଲିକା ସମ୍ବଳିତ ନୋଟିସ୍

Published By : Prameya-News7 Bureau | July 27, 2019 IST

କେନ୍ଦ୍ରାପଡା ୨୭|୭: ଜେଲରୁ ବାହାରି ରାଜ୍ୟ ବାହାରେ ପଶ୍ଚିମବଙ୍ଗର କଲିକତାରେ ସାରଥି ଓରଫ୍ ସନ୍ତୋଷ ରାଉଳ ଅଛନ୍ତି ବୋଲି ସୂଚନା ମିଳିଛି । କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥୀ ଆଶ୍ରମରେ ନୋଟିସ୍ ଲଗାଇଛି ଇଡି । ଯେଉଁଥିରେ ଇଡି ସିଲ୍ କରିଥିବା ସମସ୍ତ ସମ୍ପତ୍ତିର ତାଲିକା ଉଲ୍ଲେଖ ରହିଛି । ଏଣିକି ମାନ୍ୟବର ଚାହିଁଲେ ମଧ୍ୟ ଜବତ ଜମିକୁ ନେଇ କୌଣସି ପ୍ରକାର ନେଣଦେଣ କରିପାରିବେ ନାହିଁ ।  ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ରହିଛି ।

{"id":137932}

ଦିନେ ଯେଉଁ ମାଟିରେ ନାଚଗୀତରେ ବାବା ବୁଡି ରହୁଥିଲେ, ଆଜି ସେଠାରେ ପାଦ ପଡ଼ିବା ଉପରେ ଲାଗିଛି ରୋକ । ସଞ୍ଜ ଗଡ଼ିଲେ ଯେଉଁଠି ଆତ୍ମଘୋଷିତ ଭଗବାନ ଅଗରୁ ଚନ୍ଦନ ଲେପି ସାଧୁବାଣୀ ଶୁଣାଉଥିଲେ, ଆଜି ସେହି ସ୍ଥାନ ଉପରେ ସେ ହରାଇଛନ୍ତି ଅଧିକାର । ଅର୍ଥାତ୍‌ ବାରିମୂଳ ଆଶ୍ରମକୁ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଏଣ୍ଟ୍ରି ବ୍ୟାନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ଜଣିଆ ଟିମ୍ ବାରିମୂଳ ଆଶ୍ରମ ଦ୍ବାରରେ ନୋଟିସ୍ ଲଗାଇବା ସହ ଜବତ କରିଥିବା ସମସ୍ତ ସ୍ଥାବର ସମ୍ପତ୍ତିର ତାଲିକା ଉଲ୍ଲେଖ କରିଛନ୍ତି ।

{"id":137933}

ନୋଟିସ୍‌ର ଜବତ ପ୍ଲଟ୍‌ର ସ୍ଥିତି, ମଉଜା, ଖାତା ନମ୍ବର, ପ୍ଲଟ୍ ନମ୍ବର ଓ ମାଲିକାନା ପ୍ରଭୃତି ସମ୍ପର୍କରେ ବିସ୍ତୃତ ସୂଚନା ରହିଛି । ତାଲିକାନୁଯାୟୀ ବାରିମୂଳ ମୌଜାର ସର୍ବମୋଟ୍ ୨୬ଟି ପ୍ଲଟକୁ କବଜାକୁ ନେଇଛି ଇଡି । ସେଥିମଧ୍ୟରୁ ସାରଥୀଙ୍କ  ନାମରେ ୨ଟି ଓ ସତ୍ୟମ ଚାରିଟେବଲ ଟ୍ରଷ୍ଟ ନାମରେ ୧୪ଟି ପ୍ଲଟ୍ ରହିଛି । ସେହିପରି ସତ୍ୟମ ଶେଖର ରାଉଳ, ପ୍ରଦୀପ କୁମାର ରାଉଳ, ବିଚିତ୍ରାନନ୍ଦ ଭୂୟାଁ, ସୁରେନ୍ଦ୍ର ମଲ୍ଲିକ ଓ ଟ୍ରଷ୍ଟି ସାରଥୀଙ୍କ ୨ଟି ଲେଖାଏଁ ପ୍ଲଟ୍ ରହିଛି ।

{"id":137934}

ବେଆଇନ ଆର୍ଥିକ ନେଣଦେଣ ଅଧିନିୟମ ୨୦୦୨ର ସେକ୍ସନ ୮ ଅନୁଯାୟୀ ଏହି ନୋଟିସ୍ ଲଗାଯାଇଛି । କୌଣସି ବ୍ୟକ୍ତି ଜବତ ସମ୍ପତ୍ତିକୁ ଅନଧିକାର ପ୍ରବେଶ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୋଟିସ୍ ରେ ଉଲ୍ଲେଖ କରାଯାଇଛି । ଇଡି ଦ୍ବାରା ନୋଟିସ୍ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ସ୍ଥାନୀୟ ଲୋକେ ନୋଟିସ୍ ଲାଗିବାକୁ ଆଇନର ଏକ ପ୍ରକ୍ରିୟା ବୋଲି କହିଛନ୍ତି । ଆଉ କିଛି ଲୋକ ଆଶ୍ରମକୁ ସର୍ବସାଧରଣଙ୍କ  ବ୍ୟବହାର ପାଇଁ ଖୋଲିଦେବାକୁ ଦାବି କରିଛନ୍ତି ।

{"id":137935}

ଜବତ ସମ୍ପତି ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଅଧିନରେ ରହିଛି । ଏହାର ରକ୍ଷଣା ବେକ୍ଷଣ ଏବଂ ବ୍ୟବହାର ସଂପର୍କିତ ସମସ୍ତ ନିଷ୍ପତ୍ତି ନିର୍ଦ୍ଦେଶାଳୟ ହିଁ ନେଇପାରିବ । ସାରଥୀଙ୍କ ଜାମିନ ପରେ ଆଶ୍ରମରେ ସମର୍ଥକଙ୍କ ପ୍ରବେଶ ଆଶଙ୍କାରେ ନୋଟିସ ଲଗାଯାଇଥିବା ଅନୁମାନ କରାଯାଉଛି ।

wp:core-embed/wordpress {"url":"http://www.prameyanews7.com/ed-notice-hang-at-kendrapara-barimula-ashram/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/ed-notice-hang-at-kendrapara-barimula-ashram/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.