Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଗଣତି ପୂର୍ବରୁ ନିରଞ୍ଜନଙ୍କୁ ଟାର୍ଗେଟ୍ କଲେ ଶରତ ରାଉତ, କହିଲେ ନିର୍ବାଚନ ପରିଚାଳନା ପାଇଁ ଅର୍ଥର ଓ ନେତୃତ୍ବର ରହିଲା ଅଭାବ; ନିରଞ୍ଜନ କହିଲେ ଗତଥର ଅପେକ୍ଷା ଅଧିକ ସିଟ୍ ପାଇବୁ

22/05/2019 at 3:00 PM

ଭୁବନେଶ୍ବର ୨୨|୫: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଷ ଓଗାଳିଲେ କଂଗ୍ରେସର ସୁକିନ୍ଦା ପ୍ରାର୍ଥୀ ତଥା ବରିଷ୍ଠ ନେତା ଶରତ ରାଉତ । ଜଗନ୍ନାଥ ପଟ୍ଟନାୟକଙ୍କ ପରେ ମୁହଁ ଖୋଲିଲେ ଶରତ ରାଉତ । ସେ ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ନିରଞ୍ଜନ ଦଳୀୟ ପ୍ରାର୍ଥୀଙ୍କୁ ହତାଶ କଲେ ବୋଲି ଶରତ କହିଛନ୍ତି । ସେ ରାହୁଲ ଗାନ୍ଧିଙ୍କ ବିଶ୍ବାସ ଭଙ୍ଗ କରିଛନ୍ତି । ଦଳ ଭିତରେ ଅସ୍ବାଭାବିକତା ଦେଖାଦେଲା । ଆମେ ନିରାଶ ଓ ଦୁର୍ବଳ । ମା ବାପା ନଥିଲା ଭଳିଆ ଛେଉଣ୍ଡ ହୋଇ ନିର୍ବାଚନ ଲଢିଲୁ । ନିର୍ବାଚନ ପରିଚାଳନା ପାଇଁ ଅର୍ଥର ଅଭାବ ଓ ନେତୃତ୍ବର ଅଭାବ ରହିଲା ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଆମେ ସରକାର କରିବୁ ବୋଲି କେବେ ଆଶାବାଦୀ ନୁହେଁ । ଗତଥର ଅପେକ୍ଷା ଅଧିକ ସିଟ୍ ପାଇବୁ । ମୁଁ ଭଣ୍ଡାରୀପୋଖରୀ ଓ ଘଷିପୁରା ଦୁଇଟିରୁ ଜିତିବି । କଂଗ୍ରେସ ପାଇଟ୍ ଦେଇଛି, ଫଳାଫଳ କଣ ହେବ ଅଲଗା କଥା । ଆମେ ଦକ୍ଷିଣ ଓ ଉପକୂଳ ଓଡିଶାରେ ଭଲ କରିବୁ । ପଶ୍ଚିମ ଓଡିଶାରେ ପାଇବାର ଆଶା ନାହିଁ । ଆମେ ପ୍ରମୁଖ ବିରୋଧୀ ଦଳରେ ରହିବୁ କି ନାହିଁ ମୋ ସନ୍ଦେହ । ବିଜେପି, ବିଜେଡି ମିଳିଗଲେ ଆମେ ପ୍ରମୁଖ ବିରୋଧୀ ହେବୁ । ସୋନିଆ ଗାନ୍ଧିଙ୍କ ନିମନ୍ତ୍ରଣକୁ ରକ୍ଷା କରି ନବୀନ ଯିବେ କି ନାହିଁ କହିପାରିବିନି । ମୁଁ ଭାବୁଛି ସେ ଯିବେନି । କାରଣ ବିଜେଡିର ସମଦୂରତା ଉଠିଯାଇଛି । ତେଣୁ କେନ୍ଦ୍ରରେ ଯିଏ ସରକାର କରିବେ ତା ଉପରେ ନଜର ରଖିଛନ୍ତି ।

   Related Posts