ପିଲାଙ୍କ ପଢ଼ା ରୁମ୍‌ରେ ରଖିଲେ ଏହି ଫଟୋ, ବଢ଼ିଥାଏ ଏକାଗ୍ରତା

Published By : Prameya-News7 Bureau | February 16, 2021 IST

ଭୁବନେଶ୍ୱର ୧୬/୦୨ : ହିନ୍ଦୁ ଧର୍ମରେ ମା’ ସରସ୍ୱତୀଙ୍କୁ ଜ୍ଞାନ ଏବଂ ବୁଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ । ଯେପରି ଠାକୁର ଘର ସମଗ୍ର ଘରର ପରିବେଶକୁ ସକାରାତ୍ମକ କରିଥାଏ, ଠିକ୍ ସେହିପରି ପିଲାମାନଙ୍କ ଷ୍ଟଡି ରୁମରେ, ମା’ ସରସ୍ୱତୀଙ୍କ ଫଟୋ ବ୍ୟତୀତ, ତାଙ୍କ ସହ ଜଡିତ କିଛି ଜିନିଷ ମଧ୍ୟ ରଖିବା ଆବଶ୍ୟକ । ଏହା ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ସେମାନଙ୍କ ବୁଦ୍ଧି ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଥାଏ ।
ଯଦି ଆପଣ ମଧ୍ୟ ପିଲାମାନଙ୍କର ପାଠ ପଢାର ରେଜଲ୍ଟ ଭଲ ଚାହାଁନ୍ତି, ତେବେ ମା ସରସ୍ୱତୀଙ୍କ ସହ ଜଡିତ ଏହି ୮ ଟି ଜିନିଷ ମଧ୍ୟରୁ ଗୋଟିଏକୁ ସେମାନଙ୍କ ପଢାଘରେ ରଖନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ୮ଟି ଜିନିଷ କଣ ରହିଛି…


ମା ସରସ୍ୱତୀଙ୍କ ସହିତ ଭଗବାନ ଗଣେଶ :
ଯଦି ପିଲାର କୌଣସି ପାଠ ମନେ ରହୁନାହିଁ , ତେବେ ତାଙ୍କ ପଢାଘରେ ମା ସରସ୍ୱତୀ ଏବଂ ପ୍ରଭୁ ଶ୍ରୀଗଣେଶଙ୍କ ଫଟୋ କିମ୍ବା ପ୍ରତିମୂର୍ତ୍ତି ରଖନ୍ତୁ ।

{"id":410059,"sizeSlug":"large","linkDestination":"none"}


ମା ସରସ୍ୱତୀଙ୍କ ପ୍ରିୟ ବୀଣା :
ଜ୍ଞାନ ଏବଂ ବୁଦ୍ଧିର ଦେବୀ ସରସ୍ୱତୀଙ୍କ ସବୁଠାରୁ ପ୍ରିୟ ବାଦ୍ୟ ହେଉଛି ବୀଣା । ଏହାକୁ ଘରେ ରଖିବା ଦ୍ୱାରା ସୁଖ-ସମୃଦ୍ଧି ଏବଂ ସକରାତ୍ମକତା ଆଣିଥାଏ । ଏଥିସହିତ ପିଲାମାନଙ୍କଠାରେ କଳା ଏବଂ ସୃଜନଶୀଳତା ବୃଦ୍ଧି ପାଇଥାଏ ।
ଏପରି ହେବା ଉଚିତ୍ ମା ସରସ୍ୱତୀଙ୍କ ମୂର୍ତ୍ତି :
ଭଗବାନ ଗଣେଶ, ମା ଲକ୍ଷ୍ମୀ ଏବଂ ମା ସରସ୍ୱତୀଙ୍କ ମୂର୍ତ୍ତି କିମ୍ବା ଫଟୋ ବସିବା ଅବସ୍ଥାରେ ନୁହେଁ ବରଂ ଛିଡାହେବା ସ୍ଥିତିରେ ରହିବା ଉଚିତ୍ ।


ମା ସରସ୍ୱତୀଙ୍କ ବାହାନ ହଂସ :
ପିଲାମାନଙ୍କର ଷ୍ଟଡିରୁମରେ ମା ସରସ୍ୱତୀଙ୍କ ବାହାନ ହଂସର ପ୍ରତିମୂର୍ତ୍ତି କିମ୍ବା ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ । ଏହାକୁ ବାସ୍ତୁରେ ବହୁତ ଶୁଭ ବୋଲି କୁହାଯାଏ । ଏହା ପିଲାର ଶିକ୍ଷାରେ ଏକାଗ୍ରତା ବଢାଇଥାଏ ।

{"id":410061,"sizeSlug":"large","linkDestination":"none"}


ଦେବୀ ସରସ୍ୱତୀଙ୍କ ମୂର୍ତ୍ତି କିମ୍ବା ଫଟୋ :
ପଢୁଥିବା ଟେବୁଲ ଉପରେ ଜ୍ଞାନର ଦେବୀ ସରସ୍ୱତୀଙ୍କ ପ୍ରତିମା କିମ୍ବା ଫଟୋ ରଖନ୍ତୁ । ଏହା ପିଲାଙ୍କୁ ସେମାନଙ୍କ ଜୀବନରେ ସଫଳତା ଏବଂ ଅଗ୍ରଗତି ଦେଇଥାଏ । ପଢୁଥିବା ସମୟରେ ପିଲାର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ । ଏହା ପାଠପଢାରେ ଏକାଗ୍ରତା ଆଣିଥାଏ ।


ମୟୂର ପଙ୍ଖ :
ପିଲାଙ୍କ ରୁମରେ ମୟୂର ପଙ୍ଖ ରଖିବା ଦ୍ୱାରା ତାଙ୍କ ବୁଦ୍ଧିର ବିକାଶ ହେବା ସହିତ ସେମାନଙ୍କୁ ଭୟାନକ ସ୍ୱପ୍ନ ମଧ୍ୟ ଆସିନଥାଏ । ଏଥିସହ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ।

{"id":410064,"sizeSlug":"large","linkDestination":"none"}


ପଦ୍ମ ଫୁଲ ;
ପଦ୍ମ ଫୁଲରେ ଦେବୀ ସରସ୍ୱତୀ ବାସ କରିଥାନ୍ତି, ତେଣୁ ଏହାକୁ ପିଲାମାନଙ୍କ ଅଧ୍ୟୟନ କକ୍ଷରେ ରଖିବା ଭଲ । ଏଥି ସହିତ ଏହାର ସୁଗନ୍ଧ ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ ।


ବୀଣା ଶଙ୍ଖ :
ଧାର୍ମିକ ବିଶ୍ୱାସ ଅନୁଯାୟୀ, ବିଦ୍ୟା ଦେବୀ ସରସ୍ୱତୀ ବୀଣା ପରି ଦେଖା ଯାଉଥିବା ଶଙ୍ଖର ଧାରଣ କରିଥାନ୍ତି । ବିଶ୍ୱାସ କରାଯାଏ ଯେ ବୀଣା ଶଙ୍ଖରେ ପାଣି ପିଇବା ଦ୍ୱାରା ମାନସିକ ଅବସାଦଗ୍ରସ୍ତ ବ୍ୟକ୍ତି ମଧ୍ୟ ବହୁତ ଜ୍ଞାନୀ ହୋଇଥାଏ । ଏହାକୁ ପିଲାଙ୍କ କୋଠରୀରେ ରଖିବା ମଧ୍ୟ ଶୁଭ ବୋଲି କୁହା ଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.