କରୋନାରେ ସରପଞ୍ଚଙ୍କ ମୃତ୍ୟୁ: ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଶୋକର ଛାୟା

Published By : Prameya-News7 Bureau | October 11, 2020 IST

ବାଲିପାଟଣା୧୧/୧୦: ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ମହାମାରୀ କରୋନା ନେଇଗଲା ସରପଞ୍ଚଙ୍କ ଜୀବନ। ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ସାହୁଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ଵର୍ ଏମ୍ସ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ । ତାଙ୍କର ଡାଇବେଟିସ୍ ସହ କିଡନୀ ଜନିତ ସମସ୍ୟା ଥିଲା ।

ବିଜୟଙ୍କର ମୃତ୍ୟୁରେ  ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବାଲିଅନ୍ତା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ବିଜୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଛି । କେବଳ ସରପଞ୍ଚଙ୍କ ମୃତ୍ୟୁ ନୁହେଁ, ନେତା-ଅଭିନେତା ବହୁ ସମାଜସେବୀଙ୍କ ଜୀବନ କରୋନା ନେଇ ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.