୨ ସଂକ୍ରମିତ ଚିହ୍ନଟ ପରେ ସରପଞ୍ଚ ଦେଖାଇଲେ ନିଜର ପାଓ୍ବାର: ୯ଟି ଗାଁକୁ ୫ ଦିନ ପାଇଁ କଲେ ସଟ୍ଡାଉନ୍
24/06/2020 at 9:27 PM

ପାଟଣା୨୪/୫: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ୯ଟି ଗାଁକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ମାଛଗଡ଼ ସରପଞ୍ଚ ଈଶ୍ୱର ନାଏକ । ବୁଧବାର ମାଛଗଡ଼ ପଞ୍ଚାୟତ ଟି,ଏମ୍,ସି ସେଣ୍ଟରରୁ ଦୁଇ କରୋନା ଚିହ୍ନଟ ପରେ ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ୨ ଯୁବକ ଗୁଜୁରାଟରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ପଞ୍ଚାୟତରେ ୨ ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ତେଣୁ ସରପଞ୍ଚ ଈଶ୍ବର ନାଏକ ନିଜର କ୍ଷମତା ବ୍ୟବହାର କରି ୯ଟି ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି।
