Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କ୍ଷମତା ଦେଖାଇଲେ ସରପଞ୍ଚ : ମଲ୍ଲୀପଶି ବଜାରରେ ୨୪ଘଣ୍ଟିଆ ସଟଡାଉନ୍

26/05/2020 at 3:30 PM

ପାଟଣା ୨୬।୫: କରୋନା ମହାମାରୀ ସାରା ରାଜ୍ୟରେ ଚିନ୍ତା ବଢାଇ ଦେଇଛି । ଏବେ ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ଓଡିଆ ଏବେ ବିଭିନ୍ନ ଅଞ୍ଚଳକୁଫେରୁଛନ୍ତି । କେନ୍ଦୁଝର ଜିଲ୍ଲାର ପ୍ରତି ପଞ୍ଚାୟତକୁ ପ୍ରବାସୀମାନେ ଫେରୁଛନ୍ତି । ପାଟଣା ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତକୁ ସୁରଟ, କେରଳ, ଚେନ୍ନାଇ ଆଦିରୁ ପ୍ରବାସୀ ଫେରୁଛନ୍ତି । ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଫେରୁଛନ୍ତି ।

ତେବେ ସୋମବାର ଏକ ବସ୍ ପ୍ରବାସୀଙ୍କୁ ସୁରଟରୁ କଲିକତାକୁ ନେଇ ଯାଉଥିବା ବେଳେ ପ୍ରବାସୀମାନେ ମଲ୍ଲିପଶି ଛକରେ ବସ୍ ଅଟକାଇ ବସରୁ ଓହ୍ଲାଇ ବିଭିନ୍ନ ଦୋକାନକୁ ଯାଇ ଜିନିଷ କିଣାକିଣି କରିଥିଲେ। ଏହି ଖବର ମିଳିବା ପରେ ମୁଷାଖୋରୀ ସରପଞ୍ଚ ଭାମାମଣି ଦାସ ଜିଲ୍ଲା ପରିଷଦ ସୁରେଶ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରିସ୍ଥିତକୁ ଦେଖି ତୁରନ୍ତ ବଜାରକୁ ୨୪ଘଣ୍ଟା ସଟଡାଉନ ଘୋଷଣା କରିଥିଲେ ।

ଏହାପରେ ପାଟଣା ଅଗ୍ନିଶମ ବିଭାଗ ଦ୍ବାରା ସମ୍ପୂର୍ଣ୍ଣ ମଲ୍ଲୀପଶି ବଜାରକୁ ବିଶୋଧନ କରାଯାଇଥିଲା । ଏହା ସହ ୨୪ଘଣ୍ଟା ଯାଏଁ ବଜାରର ସମସ୍ତ ଦୋକାନ ଗୁଡିକ ବନ୍ଦ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ଜରୁରୀ କାଳୀନ ସେବା ତଥା ଔଷଧ ଦୋକାନଗୁଡିକ ଖୋଲା ରହିବାକୁ ଅନୁମତି ଦେଇଛନ୍ତି । ଆବଶ୍ୟକ ସ୍ଥଳରେ ଯଦି ବିଶେଷ ଲକ୍ଷଣ ପରିଲଖିତ ହୁଏ ତେବେ ୭୨ ଘଣ୍ଟା ସଟଡାଉନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

   Related Posts