Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଟିଏମସିର ବକେୟା ପାଉଣା ଦାବିରେ ସରପଞ୍ଚଙ୍କ ଧାରଣା

16/07/2021 at 5:17 PM

ଭଦ୍ରକ ୧୬।୭: କୋଭିଡ଼ ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଖୋଲିଥିଲା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ଟିଏମସି । ସରପଞ୍ଚମାନେ ଏହି ଟିଏମସିର ପରିଚାଳନା ଦାୟିତ୍ବରେ ଥିଲେ । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ଏହି ଟିଏମସିରେ ରଖାଯାଉଥିଲା । କିନ୍ତୁ ଏହି ଟିଏମସି ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ମିଳିନଥିବାରୁ ବକେୟା ଟଙ୍କା ଦାବି କରି ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ସରପଞ୍ଚ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭାଣ୍ଡରିପୋଖରୀ ବ୍ଲକ୍ ଅଧିନସ୍ଥ ଜଳମଣ୍ଡୁଆ ଗ୍ରାମପଞ୍ଚାୟତର ସରପଞ୍ଚ ଜଗବନ୍ଧୁ ଦାସ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜଳମଣ୍ଡୁଆ ଗ୍ରାମପଞ୍ଚାୟତରେ ଟିଏମସିରେ କୋଭିଡ଼ ସମୟରେ ପ୍ରାୟ ୨୦୦ଜଣ ପ୍ରବାସୀଙ୍କୁ ଥଇଥାନ କରିବା ସହ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସୁବିଧା ଉପଲବ୍ଧ କରାଇଥିଲେ । ତେବେ ପରେ ଖର୍ଚ୍ଚ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ତାଙ୍କୁ ବ୍ଲକ୍ ତରଫରୁ ଦିଆଯାଇଥିବା ବେଳେ ଆହୁରି ଲକ୍ଷେ ୮୫ ହଜାର ଟଙ୍କା ବକେୟା ରହିଛି । ବକେୟା ଟଙ୍କା ପାଇଁ ବ୍ଲକଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବହୁଥର ଅଭିଯୋଗ କରିଥିଲେ ମଧ୍ୟ ବକେୟା ଟଙ୍କା ପାଇନାହାନ୍ତି । ଟଙ୍କା ଦାବିରେ ସରପଞ୍ଚ ଭାଣ୍ଡରିପୋଖରୀ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ବକେୟା ଟଙ୍କା ନ ପାଇଲେ ଆଗାମୀ ଦିନରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

   Related Posts