Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ସରପଞ୍ଚ ଦେଖାଇଲେ କ୍ଷମତା : ମେଳଛାମୁଣ୍ଡା ପଞ୍ଚାୟତର ତେଲମହୁଲ ଗାଁକୁ ୨୪ ଘଣ୍ଟା କଲେ ସଟ୍ ଡାଉନ୍

17/05/2020 at 8:55 AM

ପଦ୍ମପୁର ୧୭।୫: ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ମେଳଛାମୁଣ୍ଡା ଗ୍ରାମପଞ୍ଚାୟତରେ ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା । ପଞ୍ଚାୟତର ତେଲମହୁଲ ଗ୍ରାମକୁ ୨୪ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କଲେ । ସରପଞ୍ଚ ସୁନିତା ବରିହା କହିଛନ୍ତି ଯେ, ସଟ୍ ଡାଉନକୁ ଅମାନ୍ୟ କଲେ କୋଭିଡ୍ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ, ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲମହୁଲ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏକ ଯାତ୍ରୀବାହୀ ବସ୍ ଅନ୍ୟ ରାଜ୍ୟରୁ ବରିହାପାଲି, ଚାଣ୍ଡିପାଲି, ପଲସାପାଲି ଓ ଭୁନ୍ଦୁବାହାଲର ପ୍ରବାସୀ ଓଡିଆମାନଙ୍କୁ ଆଣି ଶନିବାର ଅପରାହ୍ନ ୫ଟା ବେଳେ ତେଲମହୁଲ ବସଷ୍ଟାଣ୍ଡରେ ଓହ୍ଲାଇବା ସହ ଲୋକଙ୍କ ସହ ମିଳାମିଶା କରିଥିଲେ ।

ଫଳରେ କରୋନା ସଂକ୍ରମଣର ସମ୍ଭାବନା ଥିବାରୁ ରବିବାର ଭୋଲ ୪ଟାରୁ ସୋମବାର ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ତେଲମହୁଲ ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହାକୁ କଡାକଡି ଭାବେ ପାଳନ କରି ନିଜ ନିଜର ଜୀବନ ସୁରକ୍ଷିତ ରଖିବାକୁ ପଞ୍ଚାୟତ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

   Related Posts