ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ, ପଞ୍ଚାୟତକୁ ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 17, 2020 IST

ବାଙ୍କି ୧୭।୦୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ବିଭିନ୍ନ ସ୍ତରରେ ଚାଲିଛି ଉଦ୍ୟମ । ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ବାହାରିବା ପରେ ପୂରା ପଞ୍ଚାୟତକୁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ । ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

{"id":287551,"sizeSlug":"large"}

ପ୍ରବାସୀ ମାନେ ବାହାର ରାଜ୍ୟ ଛାଡି ଏବେ ଘର ମୁଁହା ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହାକି ଏବେ ବାଙ୍କୀ ବ୍ଲକ ବରପୁଟ ପଞ୍ଚାୟତର ଜଣେ ଗର୍ଭବତୀ ମହିଳା ବାହାର ରାଜ୍ୟରୁ ଆସି କାରେଣ୍ଟାଇନରେ ନରହି ନିଜ ଘରେ ରହିଥିଲେ । ତାଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍‌ ଆସିବାଥିଲି । ତାଙ୍କ ସାଥିରେ ତାଙ୍କ ଘର ଲୋକେ ମିଳାମିଶି କରିଥିଲେ ।

{"id":287552,"sizeSlug":"large"}

ସେହି ଘରଲୋକେ ବଜାର ହାଟରେ ଯାଇ ଅନ୍ୟମାନଙ୍କ ସାଥିରେ ମିଳାମିଶି କରିଥିବାରୁ ସରପଞ୍ଚ ଆଜି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆଗକୁ ବରପୁଟ ହାଟ ଥିବାରୁ ତିନିଦିନିଆ ସଟ୍‌ ଡାଉନ ଘୋଷଣା କରିଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପୋଲିସ ପାଟ୍ରୋଲିଂ ଚାଲିଛି । କୃଷକ ମାନେ ହାଟକୁ ପରିବା ଆଣିନାହାଁନ୍ତି । ସରକାରୀ ନିୟମକୁ ସମ୍ପୂର୍ଣ ମାନିଥିବା ଦେଖିବାକୁ ମିଳିଛି । କିଛି ଅମାନିଆ ଦୋକାନ ଖୋଲିଥିବାବେଳେ ପୋଲିସ ଆସିବାରୁ ବନ୍ଦ କାରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.