କ୍ଷମତା ପ୍ରୟୋଗ କଲେ ସରପଞ୍ଚ : କରୋନା ସଂକ୍ରମଣ ଆଶଙ୍କାରେ ସାପ୍ତାହିକ ହାଟକୁ କଲେ ବନ୍ଦ

Published By : Prameya-News7 Bureau | June 10, 2020 IST

ମୁନିଗୁଡା ୧୦।୬: ରାଜ୍ୟରେ ପ୍ରତିଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଛି । ଯଦିଓ ରାୟଗଡ଼ା ଜିଲ୍ଲା ଅନ୍ୟ ୨୯ଟି ଜିଲ୍ଲା ତୁଳନାରେ କମ୍ ରହିଛି ତେଣୁ ହାଟ ଦ୍ବାରା ଅଧିକ ସଂକ୍ରମଣର ଭୟ ରହିଥିବାରୁ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ହାଟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଟିକଣା ସରପଞ୍ଚ। ରାୟଗଡ଼ା ଜିଲ୍ଲାର ପ୍ରମୁଖ ସାପ୍ତାହିକ ହାଟ ହେଉଛି ବିଷମକଟକ ବ୍ଲକର ଚାଟିକଣା ସାପ୍ତାହିକ ହାଟ।

{"id":284132,"sizeSlug":"large"}

ନିୟମଗିରି ପାହାଡରୁ ଉତ୍ପାଦିତ ପଣସ, ଆମ୍ବ ଓ ସପୁରି ପାଇଁ ଏହି ହାଟରେ ପ୍ରସିଦ୍ଧ ଅଟେ । ତେଣୁ ଏହି ହାଟକୁ ନିକଟ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ପୋଡଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏ ଛତିଶଗଡରୁ ହଜାର ହଜାର ବ୍ୟବସାୟୀଙ୍କ ସମାଗମ ହୋଇଥାଏ । ଏହିସବୁ ଜିଲ୍ଲା ଓ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଅଞ୍ଚଳର ଡଙ୍ଗରିଆ ଓ ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବାକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଚାଟିକଣାର ସରପଞ୍ଚ ହାଟକୁ ସଟଡାଉନ ଘୋଷଣା କରିଛନ୍ତି ।  ଯାହାକୁ ସାଧାରଣ ଲୋକେ ସ୍ବାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.