Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସରପଞ୍ଚଙ୍କ ଭାଇଙ୍କ ଆତ୍ମହତ୍ୟା, ବେକରେ ରଶି ଲଗାଇ ଝୁଲିପଡିଲେ…

16/10/2021 at 10:39 AM

ଜଳେଶ୍ୱର, ୧୬|୧୦ :   ବେକରେ ରଶି ଦେଇ ଆତ୍ମହତ୍ୟା କଲେ ଯୁବକ । ମୃତ୍ୟୁର କାରଣ ଅସ୍ପଷ୍ଟ  । ପୋଲିସର ତଦନ୍ତ ଜାରୀ  ।  ମୃତ ବ୍ୟକ୍ତି ଜଣକ ହେଲେ ଆରୁହା ପଞ୍ଚାୟତ ସରପଞ୍ଚଙ୍କର ସାନ ଭାଇ ହରିହର ଭୂୟାଁ   ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ସରପଞ୍ଚ ହରିଶ ଭୂୟାଁଙ୍କର ସାନ ଭାଇ  ହରିହର ଭୂୟାଁ ଜଳେଶ୍ୱର ନୂଆବଜାର ସ୍ଥିତ ତହସିଲ ଅଞ୍ଚଳରେ ଭଡା ଘରେ ରୁହନ୍ତି । ସେ  ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ଶନିବାର ସକାଳ ସମୟରେ  ହରିହର ବେକରେ ରଶି ଦେଇ ଦେଇଥିଲେ ।

ପରିବାର ଲୋକେ ଏହା ଜାଣି ପାରି ସଙ୍ଗେ ସଙ୍ଗେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ !  ହରିହରଙ୍କର ମୃତ୍ୟୁ ଖବର ପାଇ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ଦେଖା ଦେଇ ଥିଲା । ତେବେ ମୃତ୍ୟୁର  କାରଣ ଅସ୍ପଷ୍ଟ ଥିଲା ବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

   Related Posts