Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆବାସ ଯୋଜନା କିସ୍ତି ପାଇଁ ଟଙ୍କା ନେଣଦେଣର ଅଡିଓ ଭାଇରାଲ୍, ଦୁଇ ଭାଇଙ୍କୁ ସରପଞ୍ଚ ମାଡ ମାରିଥିବା ଅଭିଯୋଗ

25/06/2021 at 4:04 PM

ଭଦ୍ରକ ୨୫।୬: ଆବାସ ଯୋଜନାରେ କିସ୍ତି ଟଙ୍କା ପାଇବା ପାଇଁ ଟଙ୍କା ନେଣଦେଣକୁ ନେଇ ହୋଇଥିବା ଅଡିଓ ଭାଇରାଲ୍ ପରେ ଦୁଇ ଭାଇଙ୍କୁ ଆକ୍ରମଣ ଅଭିଯୋଗ । ଦୁଇ ଭାଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ଗାଁର ଖଗେଶ୍ଵର ରଣା ଆବାସ ଯୋଜନାରେ ଘର ପାଇଥିଲେ । ତେବେ ପ୍ରଥମ କିସ୍ତି ଟଙ୍କା ଉଠାଣ ବେଳେ ସରପଞ୍ଚଙ୍କ ସହଯୋଗୀଙ୍କୁ ଦୁଇ ହଜାର ଟଙ୍କା ଦେଇଥିବା କହିଛନ୍ତି । ପରେ ଅଧିକ ଟଙ୍କାକୁ ନେଇ ସରପଞ୍ଚଙ୍କ ସହଯୋଗୀ ଓ ହିତାଧିକାରୀଙ୍କ ପୁଅଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ଖଗେଶ୍ଵରଙ୍କ ପୁଅ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ତେବେ ପରେ ଏହି ଘଟଣାକୁ ନେଇ ସରପଞ୍ଚ ଓ ତାଙ୍କ ସହଯୋଗୀ ଖଗେଶ୍ଵରଙ୍କ ଦୁଇ ପୁଅଙ୍କୁ ଘର ଭିତରେ ଭର୍ତ୍ତି କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଖଗେଶ୍ଵରଙ୍କ ସ୍ତ୍ରୀ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଡ ଖାଇଥିବା ଦୁଇ ଯୁବକ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଗୋରାମାଟି ପଞ୍ଚାୟତର ସରପଞ୍ଚ ଘଟଣା ବିଷୟରେ କିଛି ଜାଣି ନଥିବା କହିଛନ୍ତି ।

   Related Posts