Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କ୍ରସର ନିର୍ମାଣକୁ ସରପଞ୍ଚଙ୍କ ବିରୋଧ, ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଥିବା ମାଲିକଙ୍କ ଅଭିଯୋଗ

20/09/2021 at 9:57 AM

ଖଣ୍ଡପଡା, ୨୦।୦୯ :  ନୟାଗଡ ନିମାଣୀ ପଞ୍ଚାୟତରେ ନିର୍ମାଣ ହୋଇଥିବା ସ୍ଵୟଂ ସଦାଶିବ କ୍ରସରକୁ ବିରୋଧ କରିଛନ୍ତି  ସରପଞ୍ଚ । ନିମାଣୀ ପଞ୍ଚାୟତ କାଶିଆ ପାହାଡ ନିକଟରେ କ୍ରସରଟି ନିର୍ମାଣ ହୋଇଥିବାବେଳେ  ଏହାକୁ ସ୍ଥାନୀୟ ସରପଞ୍ଚ ସରୋଜିନୀ ସ୍ଵାଇଁ ବିରୋଧ କରିଛନ୍ତି ।

ସରପଞ୍ଚ ଅଭିଯୋଗ କରିଛନ୍ତି ଯେ, ବେଆଇନ ପଥର ବ୍ଳାଷ୍ଟିଙ୍ଗ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ବିପଦ ସୃଷ୍ଟି କରୁଛି। ଜଙ୍ଗଲ ଜମିରେ ବେଆଇନ ଭାବେ ରାସ୍ତା ତିଆରି କରିବା ସହ ତାଙ୍କର ବିନା ଆଦେଶରେ କ୍ରସର ନିର୍ମାଣ  ହୋଇଛି। ତେବେ ସରପଞ୍ଚଙ୍କ ଅଭିଯୋଗକୁ  ଖଣ୍ଡନ କରିଛନ୍ତି କ୍ରସର ମାଲିକ । ସରକାରୀ ନିୟମ ଅନୁଯାୟୀ ସବୁ ପ୍ରକାର ଅନୁମତି ନେଇ  ନିର୍ମାଣ କରିଛନ୍ତି ବୋଲି  ଯୁକ୍ତି ବାଢିଛନ୍ତି କ୍ରସର ମାଲିକ ।

କ୍ରସରଟି ଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା ସ୍ଥଳେ ଏହାର କୁପ୍ରଭାବ ଗାଁ ଉପରେ ପଡୁ ନାହି ବୋଲି କ୍ରସର ମାଲିକ ବୟାନ ଦେଇଛନ୍ତି । ତେବେ ରାଜନୈତିକ ଉଦ୍ୟେଶ୍ୟ ରଖି ସରପଞ୍ଚ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିବା କ୍ରସର ମାଲିକ ପାଲଟା ଅଭିଯୋଗ ଆଣିଛନ୍ତି ।    

   Related Posts