Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆରେ ଖେଳିବାକୁ ହକ୍‌ଦାର ନୁହନ୍ତି, ପୂର୍ବତନ ଚୟନକର୍ତ୍ତାଙ୍କ ବଡ ବୟାନ

14/05/2021 at 6:56 PM

ନୂଆଦିଲ୍ଲୀ ୧୪।୦୫: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ ଟେଷ୍ଟ ସିରିଜ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନନେବା ବର୍ତ୍ତମାନର ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଅଲରାଉଣ୍ଡର ଖେଳାଳ ଯଦି ବୋଲିଂରେ ଯୋଗଦାନ ଦେବେ ନାହିଁ ତେବେ ଉକ୍ତ ଖେଳାଳି ସୀମିତ ଓଭର କ୍ରିକେଟ୍‌ ପାଇଁ  ଦଳରେ ସ୍ଥାନ ପାଇବାକୁ ମଧ୍ୟ ହକ୍‌ଦାର ନୁହନ୍ତି।

ହାର୍ଦ୍ଦିକଙ୍କ ୨୦୧୯ରେ ପିଠିରେ ଅସ୍ତ୍ରୋପ୍ରଚାର ହୋଇଥିଲା। ଏହା ପରଠୁ ସେ ନିୟମିତ ବୋଲିଂ କରି ପାରୁ ନାହାନ୍ତି ଏବଂ ଦଳକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏହି କାରଣରୁ ପାଣ୍ଡ୍ୟାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇ ନାହିଁ। ଚୟନକର୍ତ୍ତା ଭାବେ ସରନଦୀପଙ୍କ କାର୍ଯ୍ୟକାଳ ଅଷ୍ଟ୍ରେଲିଆ ଗସ୍ତ ସହ ଶେଷ ହୋଇଥିଲା। ଇଂଲଣ୍ଡ ଗସ୍ତ ପାଇଁ ପ୍ରତିଭାଶାଳୀ ପୃଥ୍ଵୀ ସଙ୍କୁ ଦଳରେ ଜାଗା ନମିଳିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଭାରତୀୟ ଦଳର ଏହି ପୂର୍ବତନ ସ୍ପିନର କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ନିଷ୍ପତ୍ତି ବୁଝି ହେଉଛି। ପିଠି ସର୍ଜରୀ ପରେ ସେ ନିୟମିତ ବୋଲିଂ କରି ପାରୁନାହାନ୍ତି। ସୀମିତ ଓଭର କ୍ରିକେଟ୍ ଖେଳିବାକୁ ହେଲେ ତାଙ୍କୁ ଦିନିକିଆରେ ୧୦ ଓଭର ଓ ଟି-୨୦ରେ ୪ ଓଭର ବୋଲିଂ କରିବାକୁ ପଡିବ। ତାଙ୍କୁ କେବଳ ଜଣେ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ୍ କରାଯାଇ ପାରିବ ନାହିଁ।

ସରନଦୀପ କହିଛନ୍ତି, ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ ନାହିଁ ତେବେ ଭାରତୀୟ ଦଳର ହିଁ କ୍ଷତି ହେବ। ସେ ବୋଲିଂ ନକଲେ ଏହା ଦଳର ସନ୍ତୁଳ ଉପରେ ପ୍ରଭାବ ପକାଉଛି। ଯଦି ହାର୍ଦ୍ଦିକଙ୍କୁ ଦଳରେ ରଖୁଛନ୍ତି ତେବେ ଅତିରିକ୍ତ  ବୋଲର ଖେଳାଇବାକୁ ପଡୁଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳିଙ୍କୁ ବାହାରେ ରଖିବାକୁ ପଡୁଛି। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ଓ ଟି-୨୦ ଖେଳିବାକୁ ଫିଟ୍ ନୁହନ୍ତି।

   Related Posts