Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୂର୍ବ ଚୟନକର୍ତ୍ତା ସରନଦୀପ ସିଂହଙ୍କ ଦାବୀ, ବୀରେନ୍ଦ୍ର ସେହେବାଗଙ୍କ ସ୍ଥାନ ପୂରଣ କରିବେ ପୃଥ୍ଵୀ ଶ’

15/05/2021 at 6:49 PM

ନୂଆଦିଲ୍ଲୀ, ୧୫।୫: ଭାରତୀୟ କ୍ରିକେଟ ପାଇଁ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିବା ସରନଦୀପ ସିଂହ ଏବେକାର ଧୂଆଁଦାର ବ୍ୟାଟ୍ସମ୍ୟାନ ପୃଥ୍ଵୀ ଶ ଙ୍କୁ ନେଇ ଏକ ଦାବୀ କରିଛନ୍ତି l ଭାରତୀୟ ଦଳର ପୂର୍ବତନ ସୁନାମ ଧନ୍ୟ ତାରକା ତଥା ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗଙ୍କ ସ୍ଥାନ ପୃଥ୍ୱୀ ଶ ପୂରଣ କରିବା ନେଇ କହିଛନ୍ତି l

ଇଂଲଣ୍ଡ ବିପକ୍ଷରେ ଖେଳା ଯିବାକୁ ଥିବା ପାଞ୍ଚ ଦିନିଆ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପୃଥ୍ୱୀଙ୍କ ନାମକୁ ସାମିଲ କରିନାହିଁ l ଏହି ମ୍ୟାଚ ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲଡ ଚମ୍ପିୟାନସିପ ଫାଇନାଲ ଖେଳିବ l ଏହି ମ୍ୟାଚ ଅଠର ଜୁନରେ ସାଉଥଷ୍ଟନରେ ଖେଳାଯିବ l ହେଲେ ପୃଥ୍ୱୀ ଶ ଙ୍କୁ ଏହି ଟେଷ୍ଟ ଦଳରେ ସାମିଲ କରାଯାଇନଥିବା ବେଳେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସରନଦୀପ l

ପୃଥ୍ୱୀ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଏଡିଲଡ ଟେଷ୍ଟରେ ପ୍ରଥମ ମ୍ୟାଚରେ ଶୂନ ଏବଂ ଦ୍ଵିତୀୟ ମ୍ୟାଚରେ ଦୁଇ ରନରେ ଆଉଟ ହୋଇଥିଲେ l ପରେ ତାଙ୍କୁ ସମ୍ପୂର୍ଣ୍ଣ ସିରିଜରୁ ବାହାର କରିଦିଆ ଯାଇଥିଲା l ଭାରତ ଫେରିବା ପରେ ପୃଥ୍ୱୀ ତାଙ୍କର କମି କୁ ନେଇ ଅଧିକ ପରିଶ୍ରମ କରିଥିଲେ l ଯାହାକି ସେ ଖେଳିଥିବା ଘରୋଇ ମ୍ୟାଚରୁ ଜଣା ପଡିଥିଲା l ବିଜୟ ହଜାରେ ଟ୍ରଫିରେ ସେ ଚମତ୍କାର ଖେଳି ଆଠ ଶହ ରନ କରିଥିଲେ l ଏଥିସହିତ ଆଇପିଏଲ ସ୍ଥଗିତ ହେବା ପୂର୍ବରୁ ସେ ଭଲ ଖେଳି ଫର୍ମରେ ଥିଲେ l

ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପୃଥ୍ୱୀଙ୍କୁ ସାମିଲ ନକରିବାକୁ ନେଇ ସିଂହ ପିଟିଆଇକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗକୁ ସେହବାଗଙ୍କ ଭଳି ପୃଥ୍ୱୀ ତାଙ୍କର ସ୍ଥାନ ଦଳରେ ବଜାୟ ରଖିବେ l ବର୍ତମାନ ଗିଲ ଏବଂ ପୃଥ୍ୱୀଙ୍କ ଭଳି ଟ୍ୟାଲେଣ୍ଟକୁ ଆମେ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି l

   Related Posts